ନୂଆଦିଲ୍ଲୀ,୭।୬: ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସର ସଂସଦୀୟ ଦଳ ବୈଠକରେ ଶୁକ୍ରବାର ନରେନ୍ଦ୍ର ମୋଦିଙ୍କୁ ଏନ୍ଡିଏ ଦଳର ନେତା ଚୟନ କରାଯାଇଛି। ନେତା ଚୟନ ପରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତିଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ। ରାଷ୍ଟ୍ରପତି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ପ୍ରଦାନ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସରକାର ଗଠନ ନେଇ ରାଷ୍ଟ୍ରପତିଙ୍କଠାରେ ଦାବି ଉପସ୍ଥାପନ କରିଥିଲେ।NDAର ନେତା ଭାବେ ନିର୍ବାଚିତ ହେବା ପରେ ସଂସଦୀୟ ଦଳ ବୈଠକରେ ଅଭିଭାଷଣ ରଖିଛନ୍ତି ନରେନ୍ଦ୍ର ମୋଦି। ଲୋକସଭା ନିର୍ବାଚନ ଫଳାଫଳକୁ ନେଇ ପ୍ରତିକ୍ରିୟା ରଖିବା ସହ ଆଗାମୀ ଭିଜନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏଥିସହ ଓଡ଼ିଶା ଦେଶର ବିକାଶ କ୍ଷେତ୍ରରେ ପ୍ରମୁଖ ସ୍ଥାନ ନେବ ବୋଲି ମୋଦି କହିଛନ୍ତି।ଅଭିଭାଷଣରେ ମୋଦି କହିଛନ୍ତି, ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଗରିବଙ୍କ ଦେବତା। ଓଡ଼ିଶାର ଫଳାଫଳ ବିକଶିତ ଭାରତର ସ୍ୱପ୍ନକୁ ନୂଆ ଗତି ଦେବ। ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଦେଶର ବିକାଶ ଇଞ୍ଜିନରେ ଓଡ଼ିଶା ପ୍ରମୁଖ ସ୍ଥାନ ନେବ। ଓଡ଼ିଶା ଦେଶର ବିକଶିତ ଇଞ୍ଜିନ ହେବ ବୋଲି ମୋଦି କହିଛନ୍ତି।ଆସନ୍ତା ୯ ତାରିଖ ଅର୍ଥାତ ରବିବାର ମୋଦି କ୍ରମାଗତ ତୃତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ପଣ୍ଡିତ ଜବାହରଲାଲ ନେହରୁଙ୍କ ପରେ ମୋଦି ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାର ଯୋଗ୍ୟତା ଅର୍ଜନ କରିବେ।ରାଷ୍ଟ୍ରପତିଙ୍କୁ ଭେଟିବା ପରେ ମୋଦି କହିଛନ୍ତି “ରାଷ୍ଟ୍ରପତି ମୋତେ ଏବେ ଡାକିଥିଲେ ଓ ମୋତେ ପରବର୍ତ୍ତୀ ସରକାର ଗଠନ ହେବା ଯାଏ କାମଚଳା ପ୍ରଧାନମନ୍ତ୍ରୀ ଭାବେ କାମ କରିବାକୁ କହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |