ଡାବୁଗାଁ ବିଜେପି ତରଫରୁ ମାଁ ଠାକୁରାଣୀଙ୍କ ପୂଜାର୍ଚ୍ଚନା ଏବଂ ମିଷ୍ଟାନ୍ନ ବଣ୍ଟନ

ନବରଙ୍ଗପୁର(ମିହିର ଶଙ୍କର ପାତ୍ର,), ୮ା୬: ଆଜି ଡାବୁଗାଁ ବିଜେପି ତରଫରୁ ମାଁ ଠାକୁରାଣୀଙ୍କ ମନ୍ଦିର ରେ ବିଶେଷ ପୂଜାର୍ଚ୍ଚନା କରା ଯାଇଥିଲା। ଶତାଧିକ କାର୍ଯ୍ୟକର୍ତ୍ତା ଏକତ୍ରିତ ହୋଇ ଡାବୁଗାଁ ର ବିକାଶ ପାଇଁ ମାଁ ଙ୍କ ଆଶୀର୍ବାଦ ମାଗିଥିଲେ। ଡାବୁଗାଁ ମଣ୍ଡଳ ସଭାପତି ଜେ ରାଜଶେଖର ରାଓ, ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରୀ ସଭ୍ୟ ଜୟନ୍ତ କୁମାର ପାତ୍ର, ଉପ ସଭାପତି ଭୀମସେନ ଜେନା, ଭେଙ୍କଟ ରାଓ, ନରେସ ସିଂ, ପଞ୍ଚାୟତ ସଭାପତି ଦିନେଶ ସିଂ, ନରୁ ସିଂ, ସୁନିଲ୍ ସିଂ, ତ୍ରୀନାଥ ସିଂ, ରତନ କଲାର, ଯୁବମୋର୍ଚ୍ଚା ସଭାପତି ଓ୍ବାଈ ରାଜକୁମାର, କ୍ୟାମ୍ପ ନିର୍ଦେଶକ ପଟି ରାଓ, କିରଣ ରାଓ, ଜଗନ୍ନାଥ ଗୌଡ, ଲକ୍ଷ୍ମୀ ଜାନୀ, ଆସ୍ତମା ଗୌଡ, କୁଳ ଡଙ୍ଗରୀ, ପିଣ୍ଟୁ ଗଣ୍ଡ, ବନ୍ଧୁ ମାଝୀ, ଅର୍ଜୁନ ଜାନୀ, ଆଦିତ୍ୟ ରଞ୍ଜନ ସ୍ବାଇଁ, ଗୋବିନ୍ଦ ମାଝୀ, ଦିନବନ୍ଧୁ ପୂଜାରୀ, ଭଗତ କଲାର, ଭଗବାନ ଭତ୍ରା ଏବଂ ଶତାଧିକ କାର୍ଯ୍ୟକର୍ତ୍ତା ମାଁ ଙ୍କ ପୂଜାର୍ଚ୍ଚନା ସମୟରେ ଉପସ୍ଥିତ ଥିଲେ। କେନ୍ଦ୍ର ଓ ରାଜ୍ୟ ରେ ବିଜେପି ସରକାର ଗଠନ ହେଉଥିବା କାରଣରୁ ଏବଂ ଡାବୁଗାଁ ମାଟି ର ବିକାଶ ପାଇଁ ଏହି କାର୍ଯ୍ୟକ୍ରମ ର ଆୟୋଜନ କରା ଯାଇଥିଲା। ମଣ୍ଡଳ ସଭାପତି ଡବଲ ଇଞ୍ଜିନ ସରକାର ପାଇଁ ମାନସିକ କରିଥିବା ସ୍ଥଳେ , ସଫଳତା ପରେ ଆଜିର ଆୟୋଜନ ମାଁ ଠାକୁରାଣୀ ପୂଜାରୀଙ୍କ ନିର୍ଦ୍ଦେଶନାରେ ଆଜି କରା ଯାଇଥିଲା। ସବକା ସାଥ ଓ ସବକା ବିକାଶ ଏଥର ଓଡ଼ିଶା ବିକାଶ କୁ ଦୃତ କରିବ ବୋଲି କାର୍ଯ୍ୟକର୍ତ୍ତା ମାନେ ଆଶା ବ୍ୟକ୍ତ କରିଥିଲେ। ଶେଷରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!