ନୂଆଦିଲ୍ଲୀ,୮।୬: ରାହୁଲ ଗାନ୍ଧି ସଂସଦରେ ପ୍ରଥମଥର ପାଇଁ ବିରୋଧୀ ଦଳ ନେତା ଭାବେ କାମ କରିବେ। ରାହୁଲ ଗାନ୍ଧି ବିରୋଧୀ ଦଳର ନେତା ହୁଅନ୍ତୁ ବୋଲି ଆଜି କଂଗ୍ରେସ ୱାର୍କିଂ କମିଟି(CWC) ପକ୍ଷରୁ ଗୋଟିଏ ସଂକଳ୍ପ ପାରିତ ହୋଇଥିବା ଜଣାପଡ଼ିଛି।ଚଳିତ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧି ଉଭୟ ରାଏବରେଲୀ ଓ କେରଳର ୱାୟନାଡଙ୍କୁ ରେକର୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। କଂଗ୍ରେସ ମଧ୍ୟ ଏକାକୀ ଲୋକସଭାରେ ୯୯ଟି ଆସନ ଜିତିଛି। ରାହୁଲ ଉତ୍ତରପ୍ରଦେଶ ରାଏବରେଲୀ ଏବଂ କେରଳର ୱାଏନାଡରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। କଂଗ୍ରେସ ପକ୍ଷରୁ ପାରିତ ହୋଇଥିବା ପ୍ରସ୍ତାବରେ ଗତ ନିର୍ବାଚନରେ ତାଙ୍କର ପ୍ରଚାରକୁ ପ୍ରଶଂସା କରିଥିଲେ। ଏଥିସହିତ ଲୋକସଭାରେ ବିରୋଧୀଙ୍କ ନେତୃତ୍ୱ ନେବାକୁ ରାହୁଲଙ୍କୁ ଅନୁରୋଧ କରାଯାଇଥିବା ସେ କହିଥିଲେ।ଲୋକସଭା ନିର୍ବାଚନ ପୂର୍ବରୁ ରାହୁଲ ଦୁଇ ପର୍ଯ୍ୟାୟରେ ଭାରତ ଯୋଡ଼ ଯାତ୍ରା କରିଥିଲେ। ଯାହାର ପ୍ରଭାବରେ କଂଗ୍ରେସ ଗତ ନିର୍ଵାଚନରେ ଭଲ ପ୍ରଦର୍ଦ୍ଧନ କରିଥିବା କୁହାଯାଉଛି। ଏହି କାରଣରୁ ସେ ବିରୋଧୀଂକୁକ ନେତୃତ୍ୱ ନିଅନ୍ତୁ ବୋଲି କଂଗ୍ରେସ ଚାହୁଁଛି।ଶନିବାର ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରିଣୀରେ ସୋନିଆ ଗାନ୍ଧୀ, ଦଳର ଅଧ୍ୟକ୍ଷ ମଲ୍ଲୀକାର୍ଜୁନ ଖାର୍ଗେ, ପ୍ରିୟଙ୍କା ଗାନ୍ଧୀ, ରାହୁଲ ଗାନ୍ଧୀ, ମଣିଷ ତିୱାରୀ, ଡିକେ ଶିବକୁମାର ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |