କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ହେଲେ ସୋନିଆ

ନୂଆଦିଲ୍ଲୀ,୮ା୬: ୨୦୨୪ ଲୋକ ସଭା ନିର୍ବାଚନର ଫଳାଫଳ କଂଗ୍ରେସ ଦଳକୁ ନୂଆ ଜୀବନ ଦେଇଛି। ଦଳର ନେତାଙ୍କଠାରୁ ଆରମ୍ଭ କରି କର୍ମୀଙ୍କଠାରେ ନୂଆ ଉତ୍ସାହ ଦେଖିବାକୁ ମିଳିଛି। କଂଗ୍ରେସ ପକ୍ଷରୁ ଘନଘନ ବୈଠକ ଅନୁଷ୍ଠିତ ହେଉଛି। ଶନିବାର ସନ୍ଧ୍ୟାରେ ଉଭୟ ଲୋକ ସଭା ଓ ରାଜ୍ୟ ସଭାର ଦଳର ଏମ୍‌ପିଙ୍କ ବୈଠକରେ  ନେତା ଭାବରେ ନିର୍ବାଚିତ ହେବା ପରେ ସୋନିଆ ଗାନ୍ଧୀ କଂଗ୍ରେସ ସଂସଦୀୟ ଦଳ (ସିପିପି) ଅଧ୍ୟକ୍ଷା ଭାବରେ ନିଜର ପଦବୀ ବଜାୟ ରଖିବାକୁ ଯାଉଛନ୍ତି। ଦଳୀୟ ଏମ୍‌ପିମାନଙ୍କ ଏକ ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସୋନିଆଙ୍କୁ ସଂସଦୀୟ ଦଳ ଅଧ୍ୟକ୍ଷ ପଦ ପାଇଁ ପ୍ରସ୍ତାବ ଦେଇଥିଲେ। ଏହାକୁ ଗୌରବ ଗୋଗୋଇ, କେ. ସୁଧାକରନ ଏବଂ ତାରିକ୍‌ ଅନ୍‌ଓ୍ବର ସମର୍ଥନ ଜଣାଇଥିଲେ। ୭୭ ବର୍ଷୀୟା ସୋନିଆ ଗତ ଫେବୃଆରୀରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!