ଆଜି ଭାରତ-ପାକିସ୍ତାନ ମହାମୁକାବିଲା

ନୂଆଦିଲ୍ଲୀ, ୯ା୬: ଆଇସିସି ଟି-୨୦ ବିଶ଼୍ବକପ୍‌ରେ ଆଜି ହାଇ-ଭୋଲଟେଜ୍‌ ମ୍ୟାଚ୍‌ ଦେଖିବାକୁ ମିଳିବ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଡ଼ ଟକ୍କର ହେବ।ଟିଟ୍ୱେଣ୍ଟି ବିଶ୍ୱକପରେ ନ୍ୟୁୟର୍କରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ହେବ ଟକ୍କର । ଚଳିତ ବିଶ୍ୱକପରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ । ଆୟର୍ଲାଣ୍ଡ ବିପକ୍ଷରେ ସହଜ ବିଜୟ ପରେ ଏବେ ଆଖି ପାକିସ୍ତାନ ଉପରେ । ସେପଟେ ଆମେରିକାଠୁ ସୁପର ଓଭରରେ ହାରି ବଡ଼ ବିପର୍ଯ୍ୟୟ ଭୋଗିଛି ପାକିସ୍ତାନ ।ଶୁକ୍ରବାର ଖେଳା ଯାଇଥିବା ମୁକାବିଲାରେ ସୁପର୍ ଓଭରରେ ପାକିସ୍ତାନକୁ ପରାସ୍ତ କରିଛି ଆମେରିକା । ଆଜି ଭାରତକୁ ସାମ୍ନା କରିବାକୁ ଯାଉଛି ପାକିସ୍ତାନ । ସେପଟେ ଗୋଟିଏ ମ୍ୟାଚ୍ ଜିତିଥିବାରୁ ଟିମ୍ ଇଣ୍ଡିଆ ଖେଳାଳିଙ୍କ ମନୋବଳ ଦୃଢ଼ ରହିଛି । ଟିଟ୍ୱେଣ୍ଟି ବିଶ୍ୱକପ୍ ରେକର୍ଡ ଦେଖିଲେ ଭାରତର ପଲ୍ଲା ଭାରି ରହିଛି ।୩୪ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ଏହି ଷ୍ଟାଡିୟମରେ ଚଳିତ ଟୁର୍ନାମେଣ୍ଟର ସବୁଠାରୁ ବଡ ଦର୍ଶକ ଦେଖା ଦେବାର ସମ୍ଭାବନା ରହିଛି। ଭାରତ ଓ ପାକିସ୍ତାନ ଟି୨୦ ବିଶ୍ୱକପ୍‌ରେ ୭ ଥର ସାମ୍ନାସାମ୍ନି ହୋଇଛନ୍ତି। ଭାରତ ଏଥିମଧ୍ୟରୁ ୬ଥର ଜିତିଥିବା ବେଳେ ପାକିସ୍ତାନ ଥରେମାତ୍ର ଜିତିଛି।ଟି୨୦ ବିଶ୍ୱକପ୍‌ରେ ଆତଙ୍କବାଦୀ ଆକ୍ରମଣର ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଏହି ହାଇ ପ୍ରୋଫାଇଲ ମ୍ୟାଚ୍‌ ପୂର୍ବରୁ ଷ୍ଟାଡିୟମରେ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯିବ ବୋଲି କହିଛନ୍ତି ନାସାଉ ପୋଲିସ୍‌ କମିଶନର ପ୍ୟାଟ୍ରିକ ରାଇଡର। କିଛି ବର୍ଷ ତଳେ ରାଷ୍ଟ୍ରପତି ବାରାକ୍‌ ଓବାମା ନାସାଉ ଆସିଥିବା ବେଳେ ସୁରକ୍ଷା ବ୍ୟବସ୍ଥା ଯେଉଁଭଳି ରହିଥିଲା ଏହି ମ୍ୟାଚ୍‌ ପାଇଁ ମଧ୍ୟ ସମାନ ବ୍ୟବସ୍ଥା କରାଯାଇଥିବା ରାଇଡର ସୂଚନା ଦେଇଛନ୍ତି। ସେହିପରି ନାସାଉ କାଉଣ୍ଟି ପୋଲିସ, ସଫୋଲ୍କ କାଉଣ୍ଟି, ନ୍ୟୁୟର୍କ ଷ୍ଟେଟ୍‌ , ଏଫ୍‌ବିଆଇ ଓ ହୋମଲାଣ୍ଡ ସିକ୍ୟୁରିଟି ଏହି ମ୍ୟାଚ୍‌ର ସୁରକ୍ଷା ଦାୟିତ୍ୱରେ ରହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!