ନୂଆଦିଲ୍ଲୀ,୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ନାହିଁ ବିରୋଧୀ ଇଣ୍ଡିଆ ମେଣ୍ଟ। ବରିଷ୍ଠ କଂଗ୍ରେସ ନେତା|କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଶନିବାର କହିଛନ୍ତି ଯେ ରବିବାର ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପାଇଁ ଦଳକୁ ଏପର୍ଯ୍ୟନ୍ତ ନିମନ୍ତ୍ରଣ ମିଳିନାହିଁ। ଶପଥ ଗ୍ରହଣ ସମାରୋହ ପାଇଁ ଅନ୍ତର୍ଜାତୀୟ ନେତାଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ଆମ ନେତାମାନେ ଏପର୍ଯ୍ୟନ୍ତ ନିମନ୍ତ୍ରଣ ଗ୍ରହଣ କରିନାହାଁନ୍ତି । ଯେତେବେଳେ ଆମେ ଏନ୍ଡିଏ ମେଣ୍ଟର ନିମନ୍ତ୍ରଣ ପାଇବୁ, ଆମେ ଏହା ବିଷୟରେ ଚିନ୍ତା କରିବୁ ବୋଲି କଂଗ୍ରେସ ସାଧାରଣ ସମ୍ପାଦକ ରମେଶ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହା ପୂର୍ବରୁ ଏକ ସୋସିଆଲ ମିଡିଆ ପୋଷ୍ଟରେ ରମେଶ ଦାବି କରିଥିଲେ ଯେ ନିକଟରେ ହୋଇଥିବା ଲୋକସଭା ନିର୍ବାଚନର ଫଳାଫଳ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ‘ନୈତିକ, ରାଜନୈତିକ ଏବଂ ବ୍ୟକ୍ତିଗତ’ ଝଟକା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |