ନୂଆଦିଲ୍ଲୀ,୯।୬: ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲଜି ଆଇଆଇଟି ମାଦ୍ରାସ ଜୁନ ୯ରେ JEE Advanced ୨୦୨୪ର ରେଜଲ୍ଟ ଜାରି କରିଛି। ଯେଉଁ ଛାତ୍ରୀଛାତ୍ରମାନେ ପରୀଧା ଦେଇଥିଲେ ସେମାନେ ଅଫିସିଆଲ ଓ୍ବେବସାଇଟ jeeadv.ac.in ରେ ଯାଇ ନିଜର ରେଜଲ୍ଟ ଚେକ୍ କରିପାରିବେ।୧୮୦,୨୦୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୮,୨୪୮ ଜଣ କୃତକାର୍ଯ୍ୟ ହୋଇଛନ୍ତି। କୃତ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭,୯୬୪ ଜଣ ଛାତ୍ରୀ ଅଛନ୍ତି। ଅଲ ଇଣ୍ଡିଆ ଟପ୍ପର ହୋଇଛନ୍ତି ବେଦ ଲୋହିତ। ୩୬୦ରୁ ୩୫୫ ମାର୍କ ରଖି ବେଦ ଲୋହିତ ଟପ୍ପର ହୋଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |