ଆଜି ପ୍ରଧାନମନ୍ତ୍ରୀଙ୍କ ଶପଥ ପାଠ ସମାରୋହ ; ଦିଲ୍ଲୀରେ ବନ୍ଦ ରହିବ ଏହି ରୁଟ୍

ନୂଆଦିଲ୍ଲୀ,୯।୬:  ଆଜି ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ   ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଏଥିପାଇଁ ରାଷ୍ଟ୍ରପତି ଭବନ ପରିସରରେ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି । ଶୁକ୍ରବାର ପୁରୁଣା ସଂସଦ ଭବନରେ ଏନଡିଏ ମେଣ୍ଟର ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ମୋଦୀଙ୍କୁ ସର୍ବସମ୍ମତିକ୍ରମେ ନେତା ଭାବେ ନିର୍ବାଚିତ କରାଯାଇଛି । ତେବେ ମୋଦୀଙ୍କ ଶପଥ ପାଠ ଉତ୍ସବକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଟ୍ରାଫିକ ପୋଲିସ ଆଡଭାଇଜରୀ ଜାରି କରାଯାଇଛି । ରାଷ୍ଟ୍ରପତି ଭବନର ଆଖପାଖ ସଡ଼କରେ ଯାତାୟତ ନିଷେଧ ରହିବ ଏବଂ ଅନେକ ମାର୍ଗରେ ପରିବର୍ତ୍ତନ କରାଯିବ ।ଟ୍ରାଫିକ ପୋଲିସ ଆଡଭାଇଜରୀ ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ରାଷ୍ଟ୍ରପତି ଭବନରେ ସନ୍ଧ୍ୟା ୬ଟାରେ ଆରମ୍ଭ ହେବ । ତେଣୁ ରାଷ୍ଟପତି ଭବନ ନିକଟରେ ଟ୍ରାଫିକ ପରିଚାଳନା ସୁନିଶ୍ଚିତ କରିବା ପାଇଁ ସଂସଦ ମାର୍ଗ(ପରିବହନ ଭବନ ଏବଂ ରଫି ମହମ୍ମଦ କିଦୱଇ ମାର୍ଗରେ ଟି ପଏଣ୍ଟ ମଧ୍ୟରେ), ନର୍ଥ ଆଭେନ୍ୟୁ ରୋଡ୍‌, ସାଉଥ୍ ଆଭେନ୍ୟୁ ରୋଡ୍‌, କୁଶକ ରୋଡ୍‌, ରାଜାଜୀ ମାର୍ଗ, କୃଷ୍ଣା ମେନନ ମାର୍ଗ, ତାଲକଟୋରା ରୋଡ୍ ଏବଂ ପଣ୍ଡିତ ପନ୍ତ ମାର୍ଗ ଅପରାହ୍ନ ୨ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ବନ୍ଦ ରହିବ ।ଯାତ୍ରୀଙ୍କ ପାଇଁ ଯାତାୟାତ ମାର୍ଗ ପଟେଲ ଚୌକ, ଗୋଲ ଚକ୍କର ପଟେଲ ଚୌକ, ରେଳ ଭବନ, ଚୌରାହା କୃଷି ଭବନ, ଚୌରାହା ଗୁରୁଦ୍ୱାରା ରକାବ ଗଞ୍ଜ୍ ଏବଂ ଗୋଲେ ଡାକ୍ ଖାନାରୁ ଡାଇଭର୍ଟ କରାଯିବ । ତେବେ ସେମାନେ ସଂସଦ ମାର୍ଗ, ଇମତିଆଜ୍ ଖାନ୍ ମାର୍ଗ, ଗୁରୁଦ୍ୱାରା ରକାବ ଗଞ୍ଜ ରୋଡ୍‌, ରଫି ଅହମଦ କିଦୱଇ ମାର୍ଗ, ପନ୍ତ ମାର୍ଗ, ରାଜାଜୀ ମାର୍ଗ, ତ୍ୟାଗରାଜ ମାର୍ଗ ଏବଂ ଅକବର ରୋଡ୍ ବ୍ୟବହାର ନ କରିବା ପାଇଁ ପରାମର୍ଶ ଦିଆଯାଇଛି । କେବଳ ପଥଚାରୀଙ୍କୁ ଯାତାୟାତ ପାଇଁ ଅନୁମତି ଦିଆଯିବ । ଇମତିଆଜ ଖାନ୍ ମାର୍ଗ, ରକାବ ଗଞ୍ଜ ରୋଡ, ରଫି ଅହମଦ କିଦୱାଇ ମାର୍ଗ, ପଣ୍ଡିତ ପନ୍ତ ମାର୍ଗ ଏବଂ ତାଲକଟୋରା ରୋଡରେ କୌଣସି ଯାନବାହନକୁ ଛିଡ଼ା କରିବା କିମ୍ବା ପାର୍କିଂ ପାଇଁ ଅନୁମତି ନାହିଁ । ଏହା ବ୍ୟତୀତ ରାଷ୍ଟ୍ରପତି ଭବନ ନିକଟ କୌଣସି ଡିଟିସି ବସ ଚଳାଚଳ ପାଇଁ ଅନୁମତି ନାହିଁ । ତେଣୁ ଯାତ୍ରୀମାନେ ମେଟ୍ରୋ କିମ୍ବା ନିଜ ସୁବିଧା ଅନୁଯାୟୀ ଯାତ୍ରା ପ୍ଲାନ୍ କରିପାରିବେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!