ପୁରୀ,୭ା୬: ଆରମ୍ଭ ହେଲା ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ପ୍ରକ୍ରିୟା । ଜିଲ୍ଲାପାଳଙ୍କ ବୈଠକରେ ନିଷ୍ପତି ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ଚାରି ଦ୍ୱାର ଖୋଲିବା ନେଇ ଅନୁଧ୍ୟାନ କଲା ଟିମ୍ । ଆସନ୍ତା ଦୁଇ ଦିନ ମଧ୍ୟରେ ସମସ୍ତ ଦ୍ୱାରରେ ପ୍ରବେଶ ନେଇ କରାଯିବ ବ୍ୟବସ୍ଥା ।ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା ନେଇ ସ୍ଥିତି ସମୀକ୍ଷା କରାଯାଇଛି। ଅତିରିକ୍ତ ଜିଲାପାଳ, ଶ୍ରୀମନ୍ଦିର ପ୍ରଶାସନ ଏହାର ସ୍ଥିତି ସମୀକ୍ଷା କରିଥିବା ଜଣାପଡିଛି। ୪ ଦ୍ବାର ଖୋଲିବାକୁ ହେଲେ ବ୍ୟାରିକେଡ କରାଯିବ କି ନାହିଁ ଏହାର ମଧ୍ୟ ସମୀକ୍ଷା କରାଯାଇଛି। ଅନ୍ୟପକ୍ଷେ ସିଂହଦ୍ବାର ସାମ୍ନାରେ ଲାଗିଥିବା ଏସି ଟନେଲକୁ ଇତିମଧ୍ୟରେ ଖୋଲା ଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |