ଆଜି ନିଟ୍‌‌-ୟୁଜି ପରୀକ୍ଷା ଫଳାଫଳ ବିବାଦ ରେ ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ,୧୧ା୬: ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌‌-ୟୁଜିକୁ ନେଇ ଦେଖା ଦେଇଥିବା ବିବାଦ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଯାଉଛି। ନିଟ୍‌‌ ୟୁଜି-୨୦୨୪କୁ ରଦ୍ଦ କରିବା ଲାଗି ହୋଇଥିବା ଆବେଦନର ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ। ଜଷ୍ଟିସ୍‌‌ ବିକ୍ରମାନଥ ଓ ଜଷ୍ଟିସ୍‌‌ ସନ୍ଦୀପ ମେହେଟ୍ଟାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ପୂର୍ବରୁ ନିଟ୍‌‌ ପରୀକ୍ଷା ଫଳାଫଳରେ ଅନିୟମିତତା ଅଭିଯୋଗ ହେବା ପରେ ଏ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି ବୋଲି ଏନଟିଏ ଡିଜି ସୁବୋଧ କୁମାର ସିଂହ ସୂଚନା ଦେଇଥିଲେ।ଗତ ମେ ୫ରେ ନିଟ୍‌‌ ପରୀକ୍ଷା ହୋଇଥିଲା। ଏଥିର ପ୍ରାୟ ୨୩ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। କିନ୍ତୁ ୬ଟି ସେଣ୍ଟରରେ ୧୬୦୦ ପିଲାଙ୍କ ମାର୍କକୁ ନେଇ ଦେଖାଦେଇଥିଲା ବିବାଦ। ଗ୍ରେସ୍‌‌ ମାର୍କ ଦିଆଯାଇଥିବାରୁ ଏହି ପିଲାଙ୍କୁ ଅଧିକ ମାର୍କ ମିଳିଥିବା ଜଣାପଡିଥିଲା। ବିଶେଷ କରି ଗୋଟିଏ ସେଣ୍ଟରର ପିଲା ବହୁତ ମାର୍କ ପାଇଥିଲେ। ହରିୟାଣାର ଗୋଟି କୋଚିଂ ସେଣ୍ଟରର ୬ଜଣଙ୍କୁ ମିଳିଥିଲା ୧ନଂ ରାଙ୍କ୍‌‌। ତେଣୁ ଏହି ପରୀକ୍ଷାରେ ଜାଲିଆତି ହୋଇଥିବା ନେଇ ଅଭିଯୋଗ ହେବା ପରେ ଆଉ ଥରେ ନିଟ୍‌‌ ପରୀକ୍ଷା କରାଇବାକୁ ଦାବି ହୋଇଛି

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!