ହର ଓ ପାର୍ବତୀଙ୍କ ବିବାହ ସଂପନ୍ନ

ଭୁବନେଶ୍ୱର, ୧୧।୬:ଶୀତଳ ଷଷ୍ଠୀ ଯାତ୍ରା ଲାଗି ଉତ୍ସବମୁଖର ସମ୍ବଲପୁର ସହର। ଗତକାଲି ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ସଂପନ୍ନ ହୋଇଛି।ଗତକାଲି ବିଳମ୍ବିତ ରାତିରେ ଶିବାଳୟରୁ ଦେବ ଦେବ ମହାଦେବ ବରବେଶରେ ସୁସଜ୍ଜିତ ବିମାନରେ ଶୋଭାଯାତ୍ରାରେ ବାହାରିଥିଲେ। ବାଜା ବାଣ ରୋଷଣୀ ସହ ଲୋକ ଗୀତ ଓ ନୃତ୍ୟର ତାଳେ ତାଳେ ଶୋଭାଯାତ୍ରାକନ୍ୟା ଘର ଅଭିମୁଖେ ଅଗ୍ରସର ହୋଇଥିଲା। ସେଠାରେ ପହଞ୍ଚିବା ପରେ ପାରମ୍ପରିକ ବୈଦିକରିତି ନିତିରେ ବରଙ୍କୁ ବାଟ ବରଣ କରି ବେଦୀକୁ ନିଆଯାଇଥିଲା। ଦେବଦମ୍ପତି ପ୍ରଭୁ ଶିବ ଆଉ ମା’ ପାର୍ବତୀଙ୍କ ବିବାହ ଲୋକ-ପରମ୍ପରା ଅନୁସାରେ କରିବା ପରେ ଭଗବାନଙ୍କ ଆଶୀର୍ବାଦ ନେବାର ମହାନ ପର୍ବ ହେଉଛି ଶୀତଳଷଷ୍ଠୀ। ଏହା ଲୋକସଂସ୍କୃତି ଓ ଭାଇଚାରାକୁ ବ୍ୟାପକ କରିବାର ପର୍ବ। ଶୀତଳଷଷ୍ଠୀ ହେଉଛି ବର୍ଷା ପାଇଁ ଭଗବାନଙ୍କ ପାଖରେ ଆଶୀର୍ବାଦ ଭିକ୍ଷା କରିବାର ପବିତ୍ର ଅବସର।ପଣ୍ଡିତ ମାନଙ୍କର ମନ୍ତ୍ରୋଚାରଣ ମଧ୍ୟରେ, ବେଦୀ ଉପରେ ବୈଦିକରୀତିନୀତିରେ ଦେବ ବିବାହ ସମ୍ପନ୍ନ ହୋଇଛି।ଦମ୍ପତିଙ୍କ ବିବାହ ପରେ ନବ ବିବାହିତ ଦେବ ଦମ୍ପତି ସୁସଜ୍ଜିତ ବିମାନରେ ନଗର ପରିକ୍ରମା କରିବେ। ସଂଧ୍ୟାରେ ଶିବ ପାର୍ବତୀଙ୍କ ମନ୍ଦିର ପ୍ରବେଶ ସହିତ ଶେଷ ହେବ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!