ଭୁବନେଶ୍ୱର,୧୯।୬: ରାଜ୍ୟ ବିଧାନସଭାରେ ଭାଜପା ବିଧାୟକ ଦଳ ବୈଠକ ଶେଷ ହୋଛି। ଏହି ବୈଠକରେ ବିଧାନସଭା ବାଚସ୍ପତି ଭାବେ ରଣପୁର ବିଧାୟିକା ସୁରମା ପାଢ଼ୀଙ୍କୁ ବାଚସ୍ପତି ପାଇଁ ମନୋନୀତ କରାଯାଇଛି। ରଣପୁର ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ବିଜେପିର ବାଚସ୍ପତି ପ୍ରାର୍ଥୀ। ବାଚସ୍ପତି ନିର୍ବାଚନ ପାଇଁ ଆଜି ସେ ନାମାଙ୍କନ ଦାଖଲ କରିଛନ୍ତି। ସୁରମା ପାଢ଼ୀ ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଦୁଇ ଉପ ମଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସମେତ ବିଜେପିର ବରିଷ୍ଠ ବିଧାୟକମାନେ ଉପସ୍ଥିତ ଥିଲେ। ଆଜି ସକାଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବିଧାନସଭା ୫୪ ନମ୍ବର ପ୍ରକୋଷ୍ଠରେ ବିଜେପି ବିଧାୟକ ଦଳ ବୈଠକ ବସିଥିଲା। କାହାକୁ ବାଚସ୍ପତି ପ୍ରାର୍ଥୀ କରାଯିବ ସେନେଇ ମାନସ ମନ୍ଥନ କରାଯାଇଥିଲା। ବିଜେପି ବିଧାୟକ ଦଳ ବୈଠକରେ ସୁରମା ପାଢ଼ୀଙ୍କୁ ବାଚସ୍ପତି ପ୍ରାର୍ଥୀ ଭାବେ ମନୋନୀତ କରାଯାଇଥିଲା।ଆସନ୍ତାକାଲି ବାଚସ୍ପତି ନିର୍ବାଚନ। ଆଜି ନାମାଙ୍କନ ଦାଖଲର ଶେଷ ଦିନ ଥିଲା। ନିର୍ଦ୍ଧାରିତ ସମୟ ଦିନ ୧୨ଟା ସୁଦ୍ଧା ସୁରମା ପାଢ଼ୀଙ୍କ ବ୍ୟତୀତ ଆଉ କେହି ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି। କେହି ପ୍ରତିଦ୍ୱନ୍ଦ୍ୱୀ ନଥିବାରୁ ସୁରମା ବାଚସ୍ପତି ହେବା ନିଶ୍ଚିତ ବୋଲି ଜଣାଯାଇଛି। ଆସନ୍ତାକାଲି ବାଚସ୍ପତି ଭାବେ ସୁରମା ପାଢ଼ୀଙ୍କ ନାଁ ଘୋଷଣା ହେବା ପାଇଁ ବାକି ରହିଛି। ରାଜ୍ୟରେ ବିଜେପି ସରକାର ଗଠନ କରିବା ପରେ ସୁରମା ପାଢ଼ୀ ବାଚସ୍ପତି ରେସରେ ଥିଲେ। ତାଙ୍କ ନାଁ ଆଗରେ ରହିଥିଲା। ଆଜି ଦଳ ତାଙ୍କୁ ବାଚସ୍ପତି ପ୍ରାର୍ଥୀ ଭାବେ ମନୋନୀତ କରିଛି।୨୦୨୪ରେ ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିରୁ ପ୍ରାର୍ଥୀ ହୋଇଥିଲେ ସୁରମା ପାଢ଼ୀ। ବିଜୁ ଜନତା ଦଳ ପ୍ରାର୍ଥୀ ସତ୍ୟ ନାରାୟଣ ପ୍ରଧାନଙ୍କୁ ୧୫,୫୪୪ ଖଣ୍ଡ ଭୋଟରେ ପରାଜିତ କରିଥିଲେ। ଏଥିସହ ସୁରମା ୨୦୦୪ ରୁ ୨୦୦୯ ଯାଏ ବିଧାୟିକା ଥିଲେ। ବିଜେପି- ବିଜେଡି ମେଣ୍ଟ ସରକାରରେ ସମବାୟ ମନ୍ତ୍ରୀ ଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |