ଭୁବନେଶ୍ୱର,୧୯ା୬: ଆଜି ଓଡ଼ିଶା ବିଧାନସଭା ପାଇଁ ବିରୋଧୀ ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିବାସରେ ହୋଇଥିବା ବିଧାୟକ ଦଳ ବୈଠକରେ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳର ନେତା ଭାବରେ ଚୟନ କରାଯାଇଛି ।ବୁଧବାର ଅପରାହ୍ନରେ ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳ ବୈଠକ ବସିଥିଲା। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ବିରୋଧୀ ଦଳ ନେତା ଭାବେ ନବୀନଙ୍କୁ ହିଁ ଚୟନ କରାଯାଇଛି। ନବୀନ ପ୍ରଥମ ଥର ବିରୋଧୀ ଦଳ ନେତା ହୋଇଛନ୍ତି। ୫ ଥର ମୁଖ୍ୟମନ୍ତ୍ରୀ ରହିବା ପରେ ସେ ବିରୋଧୀ ଦଳ ନେତା ହୋଇଛନ୍ତି । ସେହିପରି ପ୍ରସନ୍ନ ଆଚାର୍ଯ୍ୟ ବିରୋଧୀ ଦଳ ଉପନେତା ହୋଇଥିବା ବେଳେ ପ୍ରମିଳା ମଲ୍ଲିକ ବିରୋଧୀ ଦଳ ମୁଖ୍ୟ ସଚେତକ, ପ୍ରତାପ ଦେବ ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ହୋଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |