ସିଏମଓରୁ ୨୨ ଜଣ ଓଏସଏସ ଅଧିକାରୀଙ୍କୁ କରାଗଲା ବଦଳି

ଭୁବନେଶ୍ୱର,୧୯।୬: ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝି ଶପଥ ନେବା ପରେ ବିଭିନ୍ନ ବିଭାଗର ସମୀକ୍ଷା କରୁଛନ୍ତି। ରାଜ୍ୟ ଅତିଥି ଭବନରୁ ସରକାର ଚଳାଉଥିବା ମୋହନଙ୍କ ସରକାରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ୨୨ଜଣ ଓଏସ୍‌‌ଏସ୍‌‌ ଅଧିକାରୀଙ୍କୁ ବଦଳି କରାଯାଇଛି। ଓଡ଼ିଶାରେ ଭାଜପା ପ୍ରଥମ ଥର ଲାଗି ସରକାର ଗଢ଼ିଛି। ନୂଆ ସରକାର ଆସିବା ପରେ ପ୍ରଶାସନିକ ସ୍ଥରରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳୁଛି । ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝି ଶପଥ ନେବା ପରଠାରୁ ଆକ୍ସନ ମୁଡ୍‌ରେ ଅଛନ୍ତି । ଏସବୁ ମଧ୍ୟରେ ବୁଧବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ହଟିଛନ୍ତି ୨୨ଜଣ ଅଧିକାରୀ । ଉପସଚିବଙ୍କ ସମେତ ୭ ସେକ୍ସନ ଅଫିସରଙ୍କୁ ବିଦା କରାଯାଇଛି। ସେହିପରି ୧୫ଜଣ ଏଏସ୍‌ଓଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ହଟାଯାଇଥିବା ସୂଚନା ମିଳିଛି।ଦାୟିତ୍ୱ ନେବାର ପ୍ରଥମ ଦିନରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ମାଝି। ସେଠାରେ ସେ କାର୍ଯ୍ୟାଳୟର ପ୍ରଶାସନିକ ବ୍ୟବସ୍ଥା ଦେଖି ତାଜୁବ ହୋଇଯାଇଥିଲେ। ି କିଛି ଅଫିସର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଦୀର୍ଘ ବର୍ଷ ଧରି କବ୍‌ଜା କରି ରହିଥିବା ଦେଖିବାକୁ ପାଇଥିଲେ । ତେଣୁ ଏକ ବଡ଼ ପଦକ୍ଷେପ ନେଇ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ବିଦା କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!