ଭୁବନେଶ୍ୱର, ୨୦।୬: ଭୁବନେଶ୍ବର ପଟିଆ ଛକ ନିକଟ ଏକ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। । ଆପାର୍ଟମେଣ୍ଟର ଗୋଟିଏ ମହଲାରେ ଏହି ଅଗ୍ନିକାଣ୍ଡଟି ଘଟିଛି । ହୁତହୁତ ହୋଇ ଜଳୁଛି ଏହି ଆପାର୍ଟମେଣ୍ଟ । ଏହି ଅଗ୍ନିକାଣ୍ଡ କେଉଁ କାରଣ ପାଇଁ ଘଟିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।ଭୟଙ୍କର ନିଆଁ ଲାଗିବା ପରେ ଆପାର୍ଟମେଣ୍ଟ ବାସିନ୍ଦା ଅଗ୍ନିଶମବାହିନୀକୁ ଡାକିଛନ୍ତି । ଏହାପରେ ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପ୍ରକ୍ରିୟା ଜାରି ରଖିଛି । ଏହି ଅଗ୍ନିକାଣ୍ଡରେ କେତେ ଧନ ଜୀବନ ନଷ୍ଟ ହୋଇଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।ପଟିଆ ଛକ ନିକଟରେ ଥିବା କେ.କେ ପ୍ଲାଜା ନାମକ ଆପାର୍ଟମେଣ୍ଟର ଅଷ୍ଟମ ମହଲାରେ ଥିବା ୫୦୮ ନଂ ଫ୍ଲାଟରୁ ସକାଳୁ ସକାଳୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। କିଛି ସମୟ ପରେ ଏହା ଚାରିଆଡକୁ ବ୍ୟାପିଯାଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |