ନୂଆଦିଲ୍ଲୀ,୨୦।୬: ଟି-୨୦ ବିଶ୍ୱକପ ୨୦୨୪ରେ ଭାରତ ଆଜି ସୁପର-୮ରେ ଆଫଗାନିସ୍ତାନକୁ ଭେଟିବ। ବାରବାଡୋସରେ ଏହି ମ୍ୟାଚ ଖେଳାଯିବ। ସୁପର-୮ରେ ଉଭୟ ଦଳ ଗ୍ରୁପ-୧ରେ ଅଛନ୍ତି। ଆଫଗାନିସ୍ତାନର ଆହ୍ବାନ ଭାରତ ପାଇଁ ସହଜ ହେବ ନାହିଁ। ତେବେ ତିନିଟି ଗ୍ରୁପ ପର୍ଯ୍ୟାୟ ମ୍ୟାଚ ଜିତିବା ପରେ ଟିମ ଇଣ୍ଡିଆ ଏଠାକୁ ଆସିଥିବାବେଳେ ଆଫଗାନିସ୍ତାନକୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିବ। ଟିମ ଇଣ୍ଡିଆ ଏହି ମ୍ୟାଚ ଜିତି ସେମିଫାଇନାଲ ପାଇଁ ନିଜର ଦାବିକୁ ଦୃଢ କରିବାକୁ ଚାହୁଁଛି।ପ୍ରଥମ ସଂସ୍କରଣର ଚମ୍ପିଆନ୍ ଭାରତ ଲିଗ୍ ପର୍ଯ୍ୟାୟରେ ୪ଟିରୁ ୩ଟି ଜିତିଥିବା ବେଳେ କାନାଡା ବିପକ୍ଷ ମ୍ୟାଚ୍ ବାତିଲ ହୋଇଥିଲା। ପାକିସ୍ତାନକୁ କଡ଼ା ମୁକାବିଲା ପରେ ପରାସ୍ତ କରିବା ପରେ ଭାରତ ସୁପର ଏଇଟ୍ ଖେଳିବା ନିଶ୍ଚିତ ହୋଇ ଯାଇଥିଲା। ଅନ୍ୟପକ୍ଷରେ ଆଫ୍ଗାନିସ୍ତାନ ତା’ର ପ୍ରଥମ ୩ଟିମ୍ୟାଚ୍ ଜିତି ସୁପର ଏଇଟ୍ ଖେଳିବା ନିଶ୍ଚିତ କରି ସାରିଥିଲା। ନ୍ୟୁଜିଲାଣ୍ଡକୁ ଏହା ବଡ଼ ବ୍ୟବଧାନରେ ପରାସ୍ତକରି ବିଦାୟ ଦେଇଥିଲା। ତେବେ ଶେଷ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ଠାରୁ ୧୦୪ ରନ୍ର ବଡ଼ ବ୍ୟବଧାନରେ ଆଫ୍ଗାନିସ୍ତାନ ପରାସ୍ତ ହୋଇଥିଲା। ଗୁରୁବାରର ମ୍ୟାଚ୍ରେ ଭାରତ ଫେଭରିଟ୍ ଥିଲେ ହେଁ ଆଫ୍ଗାନିସ୍ତାନ ଏହାକୁ ଚକିତ କରିବାରେ ସମ୍ପୂର୍ଣ୍ଣ ଭାବେ ସକ୍ଷମ। ଆମେରିକାର ପିଚ୍ ଅପେକ୍ଷା ୱେଷ୍ଟଇଣ୍ଡିଜ୍ର ପିଚ୍ ଭିନ୍ନ। ଏଠାକାର ପିଚ୍ ବ୍ୟାଟିଂକୁ ସୁହାଇବ ଏବଂ ସ୍ପିନର ମଧ୍ୟ ଏଥିରୁ ଫାଇଦା ପାଇେବ। ଆଫ୍ଗାନିସ୍ତାନ ଓ ଭାରତ ମଧ୍ୟରେ ଅଦ୍ୟାବଧି ୮ଟି ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳାଯାଇଛି। ଭାରତ ୭ଟି ଜିତିଥିବା ବେେଳ ଗୋଟିଏ ମ୍ୟାଚ୍ ବାତିଲ ହୋଇଥିଲା। ଚଳିତବର୍ଷ ଉଭୟ ଦଳଙ୍କ ମଧ୍ୟରେ ୩ ମ୍ୟାଚ୍ର ଟ୍ବେଣ୍ଟି୨୦ ଶୃଙ୍ଖଳା ଖେଳା ଯାଇଥିଲା। ଘରୋଇ ଭାରତ ଏହାକୁ ୩-୦ରେ ଜିତି ନେଇଥିଲା। ଅଦ୍ୟାବଧି ଭାରତ ସମସ୍ତ ବିଭାଗରେ ଚମତ୍କାର ପ୍ରଦର୍ଶନ କରିଛି। ଆଫ୍ଗାନିସ୍ତାନ ପାଇଁ ଦୁଇ ଓପ୍ନର ଚମତ୍କାର ପ୍ରଦର୍ଶନ କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |