ଭୁବନେଶ୍ୱର,,୨୦।୬: କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ୱାନ୍ ଡେ ମ୍ୟାଚ୍ । ଭାରତ-ଇଂଲଣ୍ଡ ଭିତରେ ଦିନିକିଆ ମ୍ୟାଚ୍ ବାରବାଟୀରେ ଖେଳାଯିବ। ତେବେ ଏହି ଡେ ନାଇଟ୍ ୱାନ୍ ଡେ ମ୍ୟାଚ୍ ଆସନ୍ତା ବର୍ଷ ୨୦୨୫ ଫେବୃଆରୀ ୯ ତାରିଖରେ ଖେଳାଯିବ ।ଦ୍ୱିତୀୟ ଦିନିକିଆରେ ମୁହାଁମୁହିଁ ହେବେ ଟିମ୍ ଇଣ୍ଡିଆ ଓ ଇଂଲଣ୍ଡ । ବିସିସିଆଇ ଟିମ୍ ଇଣ୍ଡିଆ ପାଇଁ ଘୋଷଣା କରିଥିବା ଫିକ୍ସରରୁ ଏହା ଜଣା ପଡ଼ିଛି । କହିବାକୁ ଗଲେ ପାଖାପାଖି ପାଞ୍ଚ ବର୍ଷ ପରେ ଏଠାରେ ମ୍ୟାଚ୍ ଖେଳାଯିବ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |