ପୁରୀ,୨୦।୬: ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଦିନ ୧୧ ଯାଏଁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶକ ବନ୍ଦ ରହିବ । ସୂଚନାନୁଯାୟୀ, ସ୍ନାନ ପୂର୍ଣ୍ଣିମା ପାଇଁ ସେନାପଟା ଲାଗି ନୀତି ନିମନ୍ତେ ବନ୍ଦ ରହିବ ଦର୍ଶନ । ଆଜି ରାତି ୧୨ଟା ଠାରୁ କାଲି ଦିନ ୧୧ଟା ଯାଏଁ ଶ୍ରଦ୍ଧାଳୁମାନେ ଦର୍ଶନ କରିପାରିବେ ନାହିଁ । ତେବେ ଆସନ୍ତାକାଲି ଦିନ ୧୧ଟା ପରେ ଯେପରି ସାଧାରଣ ଦର୍ଶନ ହେଉଥିଲା ସେହିପରି ଜାରି ରହିବ ।ଜୁନ ୨୨ରେ ପବିତ୍ର ସ୍ନାନପୂର୍ଣ୍ଣିମା। ସ୍ନାନ ପୂର୍ଣ୍ଣିମା ପାଇଁ ସେନାପଟା ନୀତି ଲାଗି ନିମନ୍ତେ ଗୁରୁବାର ରାତି ୧୨ଟାଠାରୁ ଶୁକ୍ରବାର ପୂର୍ବାହ୍ନ ୧୧ଟା ଯାଏ ସାଧାରଣ ଦର୍ଶନ ବନ୍ଦ ରହିବ। ଏହି ଅବସରରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା ଓ ନୀତିକାନ୍ତି ଅନୁଷ୍ଠିତ ହେବ।ଜୁଲାଇ ୭ରେ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଏବଂ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ୧୫ରେ ବାହୁଡ଼ା ଯାତ୍ରା ଏବଂ ଜୁଲାଇ ୧୭ରେ ସୁନାବେଶ ରହିଛି। ଅନ୍ୟପକ୍ଷେ ରଥଯାତ୍ରା ନେଇ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |