ଭୁବନେଶ୍ୱର,୨୧ା୬: ଆଜି ଅର୍ଥାତ୍ ଜୁନ୍ ୨୧ରେ ସମଗ୍ର ବିଶ୍ୱରେ ପାଳନ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। “ମାନସିକ ସ୍ତରରେ ସୁସ୍ଥ ରହିବା ପାଇଁ ଯୋଗ ଜରୁରୀ। କେବଳ ଆଜି ନୁହେଁ, ଦୈନନ୍ଦିନ ଯୋଗ କରିବା ଆବଶ୍ୟକ।”ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ କରାଯାଇଥିବା ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗ ଦେଇ ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଯୋଗ କଲେ ଶରୀର ସୁସ୍ଥ ରହିଥାଏ। ଯୋଗ ଗୋଟିଏ ଦିନ ନୁହେଁ ସବୁଦିନ କରିବା ଉଚିତ। ଏଥିସହିତ ସେ କହିଛନ୍ତି, ଯୋଗ ନୂଆ ଏବଂ ସୁସ୍ଥ ଓଡ଼ିଶା ଗଠନରେ ସହାୟକ ହେବ।ସେ ଆହୁରି କହିଛନ୍ତି, ରାଜ୍ୟର ବିଭିନ୍ନ ସ୍ଥାନରେ ଯୋଗ ଦିବସ ପାଳନର ବ୍ୟବସ୍ଥା ହୋଇଛି। ମନ୍ତ୍ରୀ, ସାଂସଦ, ବିଧାୟକମାନେ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଛନ୍ତି। ନୂଆ ଓଡ଼ିଶା, ସୁସ୍ଥ ଓଡ଼ିଶା ଗଠନରେ ନିଶ୍ଚିତରେ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ଯୋଗମୁଦ୍ରାରେ ଯବାନ। ଦେଶ ସୁରକ୍ଷାର ଜାଗ୍ରତ ପ୍ରହରୀ ସାଜିଥିବା ଭାରତୀୟ ସେନା ପକ୍ଷରୁ ପାଳିତ ହୋଇଛି ଯୋଗ ଦିବସ। ଜଳ, ସ୍ଥଳ ଓ ଆକାଶମାର୍ଗରେ ଯୋଗାଭ୍ୟାସ। ଆଇଏନଏସ୍ ବିକ୍ରମାଦିତ୍ୟର ଏୟାରକ୍ରାଫ୍ଟ କ୍ୟାରିଅରରେ ଯୋଗ କରିଛନ୍ତି ସେନା ଅଧିକାରୀ ଓ କର୍ମଚାରୀ। ସେହିପରି ଜମ୍ମୁ କଶ୍ମୀର ବର୍ଡରରେ ଯବାନମାନେ ଯୋଗ କରିଛନ୍ତି। ଲେହ, ଲଦଖରେ ଆଇଟିପିବି ଯବାନମାନେ ଯୋଗ ଦିବସ ପାଳନ କରିଛନ୍ତି। ସେପଟେ ସିକିମରେ ସମୁଦ୍ର ପତ୍ତନରୁ ୧୫ହଜାର ଫୁଟ୍ ଉଚ୍ଚତାରେ ବରଫ ପାହାଡ଼ ଉପରେ ଯୋଗ ମୁଦ୍ରାରେ ନଜର ଆସିଛନ୍ତି ଆଇଟିବିପି ଯବାନ। ଇଷ୍ଟର୍ଣ୍ଣ ଲଦଖରେ ଭାରତୀୟ ସେନା ପକ୍ଷରୁ ଯୋଗ ଦିବସ ପାଳିତ ହୋଇଛି। ୱାଘା-ଅଟ୍ଟାରୀ ବର୍ଡରରେ ବି ଯୋଗ କରିଛନ୍ତି ଯବାନ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |