ନୂଆଦିଲ୍ଲୀ,୨୧।୬: ମଦ ନୀତି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଦିଲ୍ଳୀର ରାଉସ୍ ଆଭେନ୍ୟୁ କୋର୍ଟ ଜାମିନ ମଞ୍ଜୁର କରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ତିହାର ଜେଲରୁ ବାହାରକୁ ବାହାରିବାକୁ ଯାଉଛନ୍ତି। ଅବକାରୀ ଦୁର୍ନୀତି ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗୁରୁବାର ରାଉସ୍ ଆଭେନ୍ୟୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ତାଙ୍କୁ ୧ ଲକ୍ଷ ଟଙ୍କା ବ୍ୟକ୍ତିଗତ ବଣ୍ଡ ଜରିଆରେ ଜାମିନ ଦିଆଯାଇଛି। ସେ ଆଜି ତିହାର ଜେଲରୁ ବାହାରିବେ। ତାଙ୍କୁ ଜେଲରୁ ଘରକୁ ଆଣିବା ପାଇଁ ପ୍ରସ୍ତୁତି ଚାଲିଛି। ଅରବିନ୍ଦ କେଜ୍ରିୱାଲଙ୍କ ସ୍ତ୍ରୀ ସୁନୀତା କେଜ୍ିୱାଲ ଆଜି ତାଙ୍କ ବାସଭବନରୁ ଜଳମନ୍ତ୍ରୀ ଅତିଶୀଙ୍କ ସହ ସକାଳ ପ୍ରାୟ ୧୦.୪୫ରେ ରାଜଘାଟକୁ ଜଳମନ୍ତ୍ରୀ ଅତିଶୀଙ୍କ ସହ ଯିବେ।କେଜ୍ରିୱାଲଙ୍କ ଓକିଲମାନେ ଆଜି ପରେ କୋର୍ଟରେ ୧ ଲକ୍ଷ ଟଙ୍କା ଜାମିନ ବଣ୍ଡ ଦାଖଲ କରିବେ। ଏହାପରେ ତାଙ୍କୁ ତିହାର ଜେଲରୁ ମୁକ୍ତ କରାଯିବ; ଯେଉଁଠାରେ ମଧ୍ୟବର୍ତ୍ତୀକାଳୀନ ଜାମିନ ଶେଷ ହେବା ପରେ ଜୁନ୍ ୨ରୁ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ସୂତ୍ରରୁ ପ୍ରକାଶ ଯେ ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ଆଜି ୪ଟା ସମୟରେ ହାଇ-ସୁରକ୍ଷା କାରାଗାରକୁ ଯିବାର ସମ୍ଭାବନା ରହିଛି।ସେପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କହିଛି ଯେ ଯଦି ସେ ଜେଲରୁ ବାହାରକୁ ଯାଆନ୍ତି ତେବେ ଆମ୍ ଆଦମୀ ପାର୍ଟି (ଆପ୍) ସୁପ୍ରିମୋଙ୍କ ମୁକୁଳିବା ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିବେ।କେଜ୍ରିୱାଲଙ୍କୁ ମୁକ୍ତ କରିବା ପୂର୍ବରୁ କୋର୍ଟ କିଛି ସର୍ତ୍ତ ରଖିଥିଲେ, ସର୍ତ୍ତଗୁଡ଼ିକ ହେଉଛି ସେ ତଦନ୍ତରେ ବାଧା ସୃଷ୍ଟି କରିବେ ନାହିଁ କିମ୍ବା ସାକ୍ଷୀମାନଙ୍କୁ ପ୍ରଭାବିତ କରିବେ ନାହିଁ। ଯେତେବେଳେ ବି ଆବଶ୍ୟକ ହୁଏ କୋର୍ଟରେ ହାଜର ହେବାକୁ ଏବଂ ତଦନ୍ତରେ ସହଯୋଗ କରିବାକୁ ଜଜ୍ ନିର୍ଦ୍ଦେଶ ଦେଇଛନ୍ତି।ମାର୍ଚ ୨୧ ତାରିଖରେ ଇଡି କେଜ୍ରିୱାଲଙ୍କୁ ଗିରଫ କରିଥିଲା। ମେ ୧୦ ତାରିଖରେ ସୁପ୍ରିମକୋର୍ଟ ଲୋକସଭା ନିର୍ବାଚନରେ ପ୍ରଚାର କରିବା ପାଇଁ କେଜ୍ରିୱାଲଙ୍କୁ ଜୁନ୍ ୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ତା’ପରେ ସେ ନିର୍ବାଚନ ସରିବା ପରେ ଜୁନ୍ ୨ରେ ଜେଲ୍କୁ ଯାଇଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |