ସ୍ନାନଯାତ୍ରା ନେଇ ୬୮ ପ୍ଲାଟୁନରୁ ଉର୍ଦ୍ଧ୍ବ ପୁଲିସ ଫୋର୍ସ ମୁତୟନ

 ପୁରୀ,୨୧।୬: ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ। ଶୃଙ୍ଖଳିତ ସ୍ନାନଯାତ୍ରା ନେଇ ପୁରୀ ଏସପି ପିନାକ ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ନେଇ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସମୁଦାୟ ୪ ଜଣ ଏସପି ରାଙ୍କ୍ ର ଅଫିସର,୧୨ ଜଣ ଅତରିକ୍ତ ଏସପି,୨୨ଜଣ ଡିଏସପି,୨୯୦ ରୁ ଉର୍ଦ୍ଧ୍ବ ସବ ଇନସପେକ୍ଟର, ସମୁଦାୟ ୬୮ ପ୍ଲାଟୁନରୁ ଉର୍ଦ୍ଧ୍ବ ପୁଲିସ ଫୋର୍ସ ମୁତୟନ ହେବେ। ୧୧୨ ହେଉଛି ପୁଲିସ ହେଲପ୍ ଲାଇନ୍ ନମ୍ବର। କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ଠାରେ ଚଳିତ ବର୍ଷ ରଥ ଯାତ୍ରା ଓ ବାହୁଡ଼ା ଯାତ୍ରାକୁ ସୁଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ୍‌‌ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ବର୍ଷମାନଙ୍କ ପରି ଚଳିତ ବର୍ଷ ମଧ୍ୟ ରଥ ଯାତ୍ରା ଓ ବାହୁଡ଼ା ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନର ସମସ୍ତ ପ୍ରକାର ସହଯୋଗ ରହିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ବିଶେଷକରି ରାସ୍ତା ଓ କୋଠାବାଡ଼ି, ପୋଲିସ୍‌‌, ପୌର ପରିଷଦ, ଟାଟା ପାୱାର୍‌‌, ଜନସ୍ୱାସ୍ଥ୍ୟ, ଅବକାରୀ, ଉଦ୍ୟାନ କୃଷି, ସଂସ୍କୃତି, ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ମିଳୁଥିବା ସହଯୋଗ ଉପରେ ଜିଲ୍ଲାପାଳ ଆଲୋଚନା କରିଥିଲେ। ମୁଖ୍ୟ ରାସ୍ତାକୁ ମରାମତି କରିବା ସହିତ ରଥ ଯାତ୍ରାର ପୂର୍ବ ଦିନରୁ ରାସ୍ତାର ଉଭୟ ପାର୍ଶ୍ବରେ ଯାନବାହାନ ପାର୍କିଂ ନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହିପରି, ରାସ୍ତାକଡ଼ରେ ଥିବା ଆମିଷ ଦୋକାନକୁ ବନ୍ଦ କରିବାକୁ ମଧ୍ୟ ଜିଲ୍ଲାପାଳ ଶ୍ରୀ ପାଟିଲ୍‌‌ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ହରିଶ୍ଚନ୍ଦ୍ର ମହାରଣାଙ୍କ ଆଲୋଚନାରୁ ପ୍ରକାଶ ଯେ, ଆସନ୍ତା ମାସ ତା. ୦୭.୦୭.୨୦୨୪ ରିଖ ରବିବାର ଦିନ ପ୍ରାତଃ ଘ.୪.୩୦ମି. ଠାରୁ ଦିବା ଘ. ୧୨.୪୫ ମି. ମଧ୍ୟରେ ମଙ୍ଗଳ ଆଳତୀ, ରଥ ପ୍ରତିଷ୍ଠା, ଶ୍ରୀ ଜିଉଙ୍କର ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ, ମଇଲମ, ସୂର୍ଯ୍ୟ ପୂଜା ଓ ଦ୍ୱାରପାଳ ପୂଜା, ରୋଷଘର ହୋମ, ରାଜାଙ୍କୁ ନିମନ୍ତ୍ରଣ, ପୂଜା ଓ ମଙ୍ଗଳାର୍ପଣ, ପହଣ୍ଡି, ଛେରାପହଁରା, ଆଳତୀ, ପ୍ରସାଦ ସେବନ ଇତ୍ୟାଦି ସମସ୍ତ ପୂଜା ବିଧି ପରେ ଦିବା ଘ.୧.୩୦ମି. ସମୟରେ ରଥ ଟଣା କାର୍ଯ୍ୟ ଆରମ୍ଭ ହେବ। ସେହିପରି, ତା.୧୫.୦୭.୨୦୨୪ରିଖ ସୋମବାର ଦିନ ପ୍ରାତଃ ଘ.୪.୩୦ମି. ଠାରୁ ଦିବା ଘ. ୧୨.୩୦ ମି. ମଧ୍ୟରେ ମଙ୍ଗଳ ଆଳତୀ, ମଇଲମ୍‌‌, ଅବକାଶ, ସ୍ନାନ ଓ ବେଶ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ରାଜାଙ୍କୁ ନିମନ୍ତ୍ରଣ, ରଥ ଶୁଦ୍ଧିକରଣ, ଠାକୁର ପହଣ୍ଡି, ଛେରା ପହଁରା ଓ ଆଳତୀ, ପ୍ରସାଦ ସେବନ ଇତ୍ୟାଦି କାର୍ଯ୍ୟ ପରେ ବାହୁଡ଼ା ଯାତ୍ରା ପାଇଁ ରଥ ଟଣା ଆରମ୍ଭ ହେବ। ୧୭ ତାରିଖରେ ସୁନାବେଶ ହେବ ବୋଲି ମଧ୍ୟ ବୈଠକରେ ସୂଚନା ଦିଆଯାଇଥିଲା। ୧୮ ତାରିଖରେ ଠାକୁରଙ୍କ ଅଧରପଣା ଭୋଗ ଏବଂ ୧୯ ତାରିଖରେ ଶ୍ରୀ ଜିଉଙ୍କର ନିଳାଦ୍ରୀ ବିଜେ ଉତ୍ସବ ହେବ ବୋଲି ସୂଚନା ଦିଆଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!