ଭୁବନେଶ୍ୱର,୨୧ା୬ : ଦୈନିକ ୨ ଘଣ୍ଟା ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶୁକ୍ରବାର ଠାରୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି। ପ୍ରତିଦିନ ଅପରାହ୍ଣ ୩ଟା ରୁ ୫ଟା ପର୍ୟ୍ୟନ୍ତ ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିବେ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରତିଦିନ ୨ ଘଣ୍ଟା ପାଇଁ ଲୋକଙ୍କ ଅଭିଯୋଗ ଶୁଣିବେ ଏବଂ ଅଭିଯୋଗପତ୍ର ଗ୍ରହଣ କରି ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେବେ।ନୂଆ ସରକାର ଗଠନ ପରେ ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବରେ ମୋହନ ଚରଣ ମାଝି ଲୋକପ୍ରିୟତା ହାସଲ କରିଛନ୍ତି। ବିଭିନ୍ନ ସମୟରେ ସେ ଲୋକଙ୍କ ସହିତ ସହଜରେ ମିଶୁଛନ୍ତି, ସୁଖ ଦୁଃଖ ହେଉଛନ୍ତି ଏବଂ ଅଭିଯୋଗଗୁଡ଼ିକର ସମାଧାନ ପାଇଁ ଆଶ୍ୱାସନା ମଧ୍ୟ ଦେଉଛନ୍ତି। ଲୋକଙ୍କ ସମସ୍ୟା ସମାଧାନ ଦିଗରେ ଏକ ଶୃଙ୍ଖଳିତ ଓ ସମୟୋଚିତ ବ୍ୟବସ୍ଥା ସୃଷ୍ଟି ପାଇଁ ମୁଖ୍ୟମନ୍ତ୍ରୀ ଏହି ପଦକ୍ଷେପ ନେଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |