ନବରଙ୍ଗପୁର(ମିହିର ଶଙ୍କର ପାତ୍ର) ,୨୧।୬-ଆଜି ସଖାଳ 7ଘଣ୍ଟା ସମୟରେ ଡାବୁଗାଁ ସଦର ମହକୁମା ସ୍ଥିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିସରରେ ଆନ୍ତର୍ଜାତିକ ଯୋଗଦିବସ ପାଳିତ ହେଲା। ଭାରତରେ ଆରମ୍ଭ ହୋଇଥିବା ଯୋଗ ଏବେ ବିଶ୍ୱବାସୀଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହକରୁଛି । ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସର ୧୦ମ ବାର୍ଷିକୀ ପାଳନ କରୁଛି ବିଶ୍ୱ ।ଏହି ସ୍ୱତନ୍ତ୍ର ଦିବସ ଅବସରରେ ବିଶ୍ୱବାସୀ ଯୋଗର ପରିବର୍ତ୍ତନକାରୀ ଶକ୍ତି ବିଷୟରେ ସବିଶେଷ ଜ୍ଞାନ ପାଇଥାନ୍ତି । ଜାତିସଂଘ ସାଧାରଣ ସଭାର ୬୯ତମ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରସ୍ତାବ କ୍ରମେ ୨୦୧୪ ମସିହା, ଡିସେମ୍ବରରେ ଅନ୍ତର୍ଜାତୀୟ ଯୋଗ ଦିବସ ପ୍ରତିଷ୍ଠା ହୋଇଥିଲା । ୨୦୧୫ ମସିହା, ଜୁନ୍ ୨୧ ତାରିଖରେ ପ୍ରଥମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଥିଲା । ଆଜିର ଯୋଗଦିବସ ପାଳନ ସମୟରେ ଉପସ୍ଥିତି ଥିଲେ ଡାବୁଗାଁ ବିଡ଼ିଓ ଶରତ ମାଝୀ, ତହସିଲଦାର ହରି ଓଁ ଭୋଇ, ଏବିଡି ପଦ୍ମନାବ ତ୍ରିପାଠୀ, ଏଇଇ ମାନସ ନେଟି,ପିଇଓ ଏ ଡି ପ୍ରସାଦ,ବିଜେପି ବରିଷ୍ଟ ନେତା ରାଜ ଶେଖର ରାଓ, ସରକାରୀ କର୍ମଚାରୀ ମାନେ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଶହ ବିଭିନ୍ନ ବିଦ୍ୟାଳୟରଏଵଂ ଛାତ୍ରୀ ଛାତ୍ରୀ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |