ପୁରୀ,୨୨।୬: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଶନିବାର ଦାରୁଦିଅଁ ଶ୍ରୀମନ୍ଦିର ରତ୍ନବେଦି ଛାଡ଼ି ସ୍ନାନବେଦିରେ ବିଜେ କରି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। କାଳିଆସାଆନ୍ତଙ୍କ ଶ୍ରୀମୁଖ ଟିକେ ଦେଖିବାକୁ ଭକ୍ତ ବିଭୋର ହୋଇ ପଡିଛନ୍ତି। ତେଣୁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ସମାଗମ ହେବାରେ ଲାଗିଲାଣି। ଏନେଇ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବା ନେଇ ଆକଳନ କରାଯାଇଛି।ସ୍ନାନଯାତ୍ରାକୁ ଶୃଙ୍ଖଳିତ କରିବା ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ, ଜିଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ମାର୍କେଟଛକ ଠାରୁ ବ୍ୟାରିକେଡ୍ ବ୍ୟବସ୍ଥା ହୋଇଛି। ସେହିପରି ଆଇନ ଶୃଙ୍ଖଳା, ଭିଡ଼ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିିସ ଫୋର୍ସ ସହ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି। ଚଳିତବର୍ଷ ସମୁଦାୟ ୬୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଗରମକୁ ଦୃଷ୍ଟିରେ ରଖି ଭକ୍ତଙ୍କୁ ସାହାଯ୍ୟ କରିବାକୁ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍ବେଚ୍ଛାସେବୀମାନଙ୍କୁ ମଧ୍ୟ ନିୟୋଜିତ କରାଯାଇଛି।ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ମୃତୟନ କରାଯାଇଛି। ପୁରୀରେ ୪ ଜଣ ଏସପି ରାଙ୍କର ଅଫିସର, ୨ ଜଣ ଅତରିକ୍ତ ଏସପି, ୨୨ଜଣ ଡିଏସପି, ୨୯୦ରୁ ଅଧିକ ସବ୍ ଇନସପେକ୍ଟର ମୃତୟନ ହୋଇଛନ୍ତି। ସମୁଦାୟ ୬୮ ପ୍ଲାଟୁନରୁ ଅଧିକ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। କୌଣସି ଜରୁରୀକାଳୀନ ସହାୟତା ପାଇଁ ୧୧୨ ନମ୍ବର ସହ ଯୋଗାଯୋଗ କରିବା ପାଇଁ କୁହାଯାଇଛି। ପହଣ୍ଡି ସମୟରେ ଟିକେଟଧାରୀ ମାନେ ଦକ୍ଷିଣ ଦ୍ୱାରରେ ପ୍ରବେଶ କରିପାରିବେ।ମାର୍କେଟ ଛକରୁ ନୋ ଭେଇକିଲ୍ ଜୋନ୍ କରାଯାଇଛି। କେବଳ ପାସଧାରୀ ମାନେ ମରଚିକୋଟ ଛକ ପର୍ଯ୍ୟନ୍ତ ଯାଇପାରିବେ। ପହଣ୍ଡି ସମୟରେ ଠାକୁରଙ୍କୁ ସ୍ପର୍ଶ ମନା ରହିଛି। ବେଳାଭୂମିରେ ଲାଇଫଗାର୍ଡଙ୍କୁ ଦାୟିତ୍ୱ ଦିଆଯାଇଛି।କେବଳ ପାସ୍ଧାରୀମାନଙ୍କ ନିମନ୍ତେ କଟକଣା ନାହିଁ। ସେହିପରି ଗାଡିଗୁଡିକ ପାର୍କିଂ ନିମନ୍ତେ ଶ୍ରୀଜଗନ୍ନାଥ ବଲଭ ପାର୍କିଂ, ମେଡିକାଲ ଛକଠାରେ ହୋଇଥିବା ବହୁତଳ ପାର୍କିଂଠାରେ ଚାରିଚକିଆ ଗାଡି ପାର୍କିଂ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର ଆଡୁ ଆସୁଥିବା ବସଗୁଡିକ ବସଷ୍ଟାଣ୍ଡକୁ ଯାଇପାରିବେ। ଭିଆଇପି ବା ପ୍ରୋଟକଲ ଗାଡି ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂରେ ପାର୍କିଂ କରାଯିବ। ଗାଡିଗୁଡିକ ଶ୍ରୀସେତୁ ଦେଇ ଆସିବ। ଯଦି ଗହଳି ଅଧିକ ହୁଏ ତେବେ ଭିଆପିଙ୍କ ଗାଡି ଲୋକନାଥ ରୋଡ ଦେଇ ଗଦାଧର ସ୍କୁଲ ପର୍ଯ୍ୟନ୍ତ ଆସିବ। ଯେଉଁମାନେ ଭୁବନେଶ୍ୱର ଆଡୁ ଚାରିଚକିଆରେ ଆସିବେ ସେମାନେ ବୀରହେରେକୃଷ୍ଣପୁର ଛକ ଠାରୁ ଶ୍ରୀସେତୁ ଦେଇ ଶ୍ରୀଜଗନ୍ନାଥ ବଲ୍ଲଭ ପାକିଂ ଠାରେ ଗାଡି ପାର୍କିଂ କରିବେ। ପୁରୀ ଟାଉନ୍ ବସ୍, ଅଟୋ ରିକ୍ସାକୁ ବଡ଼ଦାଣ୍ଡରେ ମେଡିକାଲ୍ ଛକ ପର୍ଯ୍ୟନ୍ତ ଯିବାକୁ ଅନୁମତି ଦିଆଯିବ। ବ୍ରହ୍ମଗିରି ପାଶର୍ବରୁ ଆସୁଥିବା ହାଲୁକା ମୋଟର ଜାନ ଗୁଡିକର ଯାତ୍ରିକା, ବ୍ଲୁ ଫ୍ଲାଗ ବେଳାଭୂମି ଏବଂ ହୋଟେଲ ନୀଳାଚଳ ଅଶୋକାରେ ପାକିଂ କରିବେ। କୌଣସି ସହାୟତା ଆବଶ୍ୟକ ହେଲେ ୨୪୦୭ ପୁରୀ ପୋଲିସ୍ ସହାୟତା ନମ୍ବର -୬୩୭୦୯୬୭୧୦୦ ରେ ଯୋଗାଯୋଗ କରିପାରିବେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |