ରାଜ୍ୟର ସବୁ ନିଗମ ଅଧ୍ୟକ୍ଷଙ୍କୁ ହଟାଇ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୨ା୬: ରାଜ୍ୟର ବିଭିନ୍ନ ସରକାରୀ ନିଗମରେ ପୂର୍ବ ସରକାରଙ୍କ ସମୟରେ ନିଯୁକ୍ତି ଦିଆଯାଇଥିବା ଅଧ୍ୟକ୍ଷମାନଙ୍କ ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କଠୋର ପଦକ୍ଷେପ ନେଇଛନ୍ତି।ରାଜ୍ୟରେ ବିଜେଡି ସରକାରରେ ବିଭିନ୍ନ ସରକାରୀ ଉଦ୍ୟୋଗ (ନିଗମ)ରେ ନିଯୁକ୍ତି ପାଇଥିବା ପ୍ରାୟ ୩୦ରୁ ଅଧିକ ବିଜେଡି ନେତାଙ୍କୁ ଆଜି ସେମାନଙ୍କ ଦାୟିତ୍ୱରୁ ହଟାଇ ଦିଆଯାଇଛି। ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଗତକାଲି ବିଜେଡି ସରକାରର ବିଭିନ୍ନ ବିଭାଗ ଓ ଯୋଜନାର ସମସ୍ତ ଉପଦେଷ୍ଟାଙ୍କୁ ହଟାଇ ଦେଇଥିଲେ।ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଜେଡି ସରକାର ସମୟରେ ନିଯୁକ୍ତି ପାଇଥିବା ବିଭିନ୍ନ ନିଗମ ଅଧ୍ୟକ୍ଷମାନଙ୍କୁ ହଟାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅଧ୍ୟକ୍ଷମାନଙ୍କ ଯୋଗୁ ନିଗମଗୁଡ଼ିକର ପରିଚାଳନାରେ କୌଣସି ଗୁଣାତ୍ମକ ଉନ୍ନତି ପରିଲକ୍ଷିତ ହେଉନଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିଜେଡିର ଏହି ନେତାମାନଙ୍କୁ ହଟାଇ ଦେଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!