କେନ୍ଦ୍ର କର୍ମଚାରୀଙ୍କ ପାଇଁ ହ୍ୱିପ୍‌‌ ଜାରି କଲେ ସରକାର,ଫେଲ ହେଲେ କଟିବ ଦରମା

ନୂଆଦିଲ୍ଲୀ,୨୨।୬:କେନ୍ଦ୍ର କର୍ମଚାରୀଙ୍କ ପାଇଁ ହ୍ୱିପ୍‌‌ ଜାରି କରିଛନ୍ତି ସରକାର। ଏଣିକି ବିଳମ୍ବରେ କାର୍ଯ୍ୟାଳୟକୁ ଆସୁଥିବା କର୍ମଚାରୀଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ। ସକାଳ ୯ଟାରୁ ଅପରାହ୍ନ ୫ଟା ୩୦ ପର୍ଯ୍ୟନ୍ତ କାର୍ଯ୍ୟାଳୟ ସମୟ ଧାର୍ଯ୍ୟ କରାଯାଇଛି। ଯଦି କୌଣସି କର୍ମଚାରୀ ସକାଳ ୯ଟା ପରେ ଆସନ୍ତି, ତେବେ ତାଙ୍କୁ ଅତିରିକ୍ତ ୧୫ ମିନିଟ ପର୍ଯ୍ୟନ୍ତ କ୍ଷମାଦାନ କରାଯିବ। ଅର୍ଥାତ କର୍ମଚାରୀ ସକାଳ ୯ଟା ୧୫ ସୁଦ୍ଧା କାର୍ଯ୍ୟାଳୟରେ ପହଞ୍ଚିବେ। ଏହି ସମୟ ଭିତରେ ତାଙ୍କୁ ବାୟୋମେଟ୍ରିକ ମେଶିନରେ ଉପସ୍ଥାନ ପକାଇବାକୁ ହେବ। ନଚେତ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଛୁଟି ଦିବସ କଟାଯିବ। ଗୋଟିଏ ଦିନ ବିଳମ୍ବ ପାଇଁ ଅଧା ଦିନ ଛୁଟି କରାଯିବ ବୋଲି କେନ୍ଦ୍ର ସରକାରଙ୍କ କର୍ମଚାରୀ ଏବଂ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ପକ୍ଷରୁ ଜାରି ହୋଇଥିବା ହ୍ୱିପ୍‌‌ରେ କୁହାଯାଇଛି। ଏଣିକି ମନ ଇଚ୍ଛା ସମୟରେ ଅଫିସକୁ ଯାଇ ପାରିବେ ନାହିଁ କୌଣସି କର୍ମଚାରୀ । ଏଥିପାଇଁ ସରକାରଙ୍କ ତରଫରୁ ଏଭଳି କର୍ମଚାରୀମାନଙ୍କୁ ତାଗିଦ କରାଯାଇଛି । ଏଣିକି ୧୫ ମିନିଟରୁ ଅଧିକ ସମୟ ବିଳମ୍ବ ହେଲେ ଏଥିପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସାରା ଦୋରେ ସମସ୍ତ କର୍ମଚାରୀମାନଙ୍କୁ ୯.୦୦-୯.୧୫ ମଧ୍ୟରେ ଅଫିସରେ ଉପସ୍ଥିତ ହେବାକୁ ପଡ଼ିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । କରୋନା ସଂକ୍ରମଣ ସମୟରେ ବନ୍ଦ ହୋଇଥିବା ଏହି ନିୟମକୁ ପୁଣିଥରେ ଲାଗୁ କରାଯାଇଛି ।କେନ୍ଦ୍ର ସରକାରଙ୍କ କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ(ଡିଓପିଟି) କର୍ମଚାରୀମାନଙ୍କୁ ଅଫିସ ପହଞ୍ଚିବା ସମୟରେ ୧୫ ମିନିଟ ପର୍ଯ୍ୟନ୍ତ କୋହଳ କରିଛି । କର୍ମଚାରୀମାନଙ୍କୁ କୁହାଯାଇଛି ଯେ, ୯.୦୦-୯.୧୫ ସମୟ ମଧ୍ୟରେ ଅଫିସରେ ପହଞ୍ଚିବା ବାଧ୍ୟତାମୂଳକ । ନଚେତ୍ ସମ୍ପୃକ୍ତ କର୍ମଚାରୀଙ୍କର ଅଧା ଦିନର ଆକସ୍ମିକ ଅବକାଶ କାଟ୍ କରାଯିବ ବୋଲି ସତର୍କ କରାଇଛି କେନ୍ଦ୍ର ସରକାର । ଜାରି ହୋଇଥିବା ଆଦେଶରେ କୁହାଯାଇଛି ଯେ, କୌଣସି କାରଣରୁ ଯଦି କର୍ମଚାରୀ କେବେ କାର୍ଯ୍ୟାଳୟରେ ଉପସ୍ଥିତ ହୋଇ ନ ପାରିବେ, ତେବେ ଏହାର ସୂଚନା ଦେବାକୁ ପଡ଼ିବ । ଆକସ୍ମିକ ଅବକାଶ ପାଇଁ ଆବେଦନ କରିବାକୁ ବାଧ୍ୟ ହେବେ କର୍ମଚାରୀ ।ସକାଳ ୯ଟାରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ଖୋଲା ରହୁଥିବା ବେଳେ ଅନେକ କର୍ମଚାରୀ ବିଳମ୍ବରେ ପହଞ୍ଚିବା ସହ ସମୟ ପୂର୍ବରୁ ଘରକୁ ଫେରିଯିବା ଏକ ସାଧାରଣ ଘଟଣା ହୋଇଛି । ତେବେ ଏ ନେଇ ବରିଷ୍ଠ ଅଫିସର କହିଛନ୍ତି ଯେ, ଅଫିସରେ କୌଣସି ନିଶ୍ଚିତ ସମୟ ନାହିଁ । ଆମେ ଘରକୁ ମଧ୍ୟ କାମ ନେଇ ଯାଉଛି, ସାଧାରଣତଃ ସନ୍ଧ୍ୟା ୭ଟା ପରେ ଅଫିସରୁ ବାହାରୁଥିବା ପ୍ରକାଶ କରିଛନ୍ତି । ଏହାବ୍ୟତୀତ କରୋନା ପରେ ଇଲେକ୍ଟ୍ରୋନିକ ଫାଇଲରେ ପ୍ରାୟତଃ ଛୁଟି ବା ସପ୍ତାହନ୍ତରେ ଘରୁ କାମ କରିବାକୁ ପଡ଼ୁଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!