ନୂଆଦିଲ୍ଲୀ, ୨୩।୬:ଟି-୨୦ ବିଶ୍ୱକପ୍ ସେମିଫାଇନାଲରେ ଭାରତ। ସୁପର-୮ ମ୍ୟାଚରେ ବାଂଲାଦେଶକୁ ୫୦ ରନର ବଡ଼ ବ୍ୟବଧାନରେ ହରାଇ ଭାରତ ଆଇସିସି ଟ୍ୱେଣ୍ଟି-୨୦ ବିଶ୍ୱକପ ସେମିଫାଇନାଲରେ ସ୍ଥାନ ପକ୍କା କରିଛି| ଟି୨୦ ବିଶ୍ୱକପର ସୁପର୍-୮ରେ ବାଂଲାଦେଶକୁ ୫୦ ରନରେ ହରାଇ ଜିତି କ୍ରମାଗତ ବିଜୟ ହାସଲ କରିଛି ଭାରତ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ବଳରେ ଦଳ ୨୦ ଓଭରରେ ୫ ଉଇକେଟ ହରାଇ ୧୯୬ ରନ୍ କରିଥିଲା। ଜବାବରେ ବାଂଲାଦେଶ ୨୦ ଓଭରରେ ୮ ଉଇକେଟ ହରାଇ ୧୪୬ ରନ୍ କରିଥିଲା। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପକ୍ଷରୁ ରୋହିତ ଶର୍ମା୨୩ ଓ ବିରାଟ କୋହଲି ୩୭ ପ୍ରଥମ ଉଇକେଟରେ ୩୯ ରନ୍ ଯୋଡିଥିଲେ। ୩ ନମ୍ବରରେ ବ୍ୟାଟିଂ କରିଥିବା ରିଷଭ ପନ୍ତ ୩୬ ରନ୍ କରିଥିଲେ। ଶିବମ ଦୁବେ କ୍ରିଜ୍ରେ ଯୋଗ ଦେଇ୨୪ ବଲ୍ରୁ ୩୪ ରନ୍ କରି ଆଉଟ ହୋଇଥିଲେ। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୨୭ ବଲ୍ ଖେଳି ୫୦ ରନ୍ କରିବା ସହ ଶେଷ ଯାଏ ଅପରାଜିତ ରହିଥିଲେ।୧୯୭ ରନର ବିଜୟ ଲକ୍ଷ୍ୟରେ ବାଂଲାଦେଶ 146 ରନ କରିବାକୁ ସକ୍ଷମ ହୋଇଥିଲା। ଯଶପ୍ରୀତ୍ ବୁମ୍ରା କଞ୍ଜୁସ ବୋଲି କରୁଥିବା ବେଳେ କୁଲଦୀପ ଯାଦବଙ୍କ ସ୍ପିନ ଯାଦୁ ଦେଖିବାକୁ ମିଳିଥିଲା। ମାତ୍ର ୧୯ ରନ୍ ଦେଇ କୁଲଦୀପ ୩ ବାଂଲାଦେଶୀ ବ୍ୟାଟରଙ୍କୁ ସେ ଆଉଟ କରିଥିଲେ। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ହାର୍ଦ୍ଦିକଙ୍କୁ ପ୍ଲେୟର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା।ଭାରତ ଓ ଅଷ୍ଟ୍ରେଲିଆ ସୁପର୍ -୮ ଗ୍ରୁପ୍-୧ର ପଏଣ୍ଟ୍ ଟେବୁଲରେ ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି। ସୋମବାର ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ରହିଛି। ବାଂଲାଦେଶ କିନ୍ତୁ ୨ ମ୍ୟାଚ୍ ହାରିସାରିଥିବାରୁ ଶେଷ ମ୍ୟାଚ୍ ପୂର୍ବରୁ ସେମିଫାଇନାଲ୍ ଦୌଡ଼ରୁ ବାଦ ପଡ଼ିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |