ଜଳିଗଲା ଆମ୍ବୁଲାନ୍ସ, ୪ ଗୁରୁତର

ଭୁବନେଶ୍ୱର,, ୨୩।୬: ଆଜି ସକାଳୁ ଜଳେଶ୍ୱର ଅଞ୍ଚଳର ଏନଏଚ-୧୬ ନିକଟସ୍ଥ ମିଗିରିମୁଣ୍ଡା ଛକ ନିକଟରେ ଘଟିଛି ସଡକ ଦୁର୍ଘଟଣା । ମିଗିରିମୁଣ୍ଡା ଛକରେ ଏକ ଭରିଯାନ ଟ୍ରକଟି ଆମ୍ବୁଲାନ୍ସକୁ ପଛପଟରୁ ଶକ୍ତଧକ୍କା ଦେଇଛି । ଏହି ଦୁର୍ଘଟଣା ପରେ ଆମ୍ବୁଲାନ୍ସଟି ହୁତୁହୁତୁ ଜଳିବାର ଦେଖିବାକୁ ମିଳିଥିଲା । ଏହି ଆମ୍ବୁଲାନ୍ସରେ ୪ଜଣ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।ବସ୍ତାରୁ ରୋଗୀଙ୍କୁ ନେଇ ଆମ୍ବୁଲାନ୍ସଟି ବାଲେଶ୍ୱର ଅଭିମୁଖେ ଆସିବାବେଳେ ଏନଏଚ-୧୬ ମିଗିରିମୁଣ୍ଡା ଛକରେ ଦୁର୍ଘଟଣାଟି ଘଟିଥିଲା । ସେହି ସ୍ଥାନରୁ ଧକ୍କା ଦେଇଥିବା ଟ୍ରକ ଡ୍ରାଇଭରଟି ଫେରାର ହୋଇଯାଇଥିଲା । ଘଟଣାର ତଦନ୍ତ ପାଇଁ ନିକତସ୍ଥ ରୁପସା ଥାନାର ପୋଲିସ ଟିମ୍ ଆଖପାଖ ଅଞ୍ଚଳରେ ଛାନଭିନ କରୁଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!