ନୂଆଦିଲ୍ଲୀ , ୨୩।୬: ୧୮ତମ ଲୋକସଭାର ପ୍ରାରମ୍ଭିକ ସଂସଦ ଅଧିବେଶନ ଜୁନ୍ ୨୪ରୁ ଆରମ୍ଭ ହେବାକୁ ଯାଉଛି। ଏହା ସହିତ ସଂସଦର ଦୁଇ ଗୃହରେ ଶାସକ ଏବଂ ବିରୋଧୀଙ୍କ ମଧ୍ୟରେ କଡ଼ା ମୁକାବିଲା ହେବାର ସମ୍ଭାବନା ରହିଛି। ଆରମ୍ଭରୁ ସଂସଦ ଅଚଳ ହେବାର ସମ୍ଭାବନା ରହିଛି। ଏହି ଅଧିବେଶନରେ ଗୋଟିଏ ପଟେ ସରକାରଙ୍କ ପ୍ରାଥମିକତା ହେଉଛି ନୂତନ ଲୋକସଭା ବାଚସ୍ପତି ନିର୍ବାଚନ, ସଦସ୍ୟଙ୍କ ଶପଥ ଗ୍ରହଣ, ରାଷ୍ଟ୍ରପତିଙ୍କ ଉଭୟ ସଂସଦକୁ ମିଳିତ ସମ୍ବୋଧନ ଏବଂ ଏହା ଉପରେ ଧନ୍ୟବାଦ ଆଲୋଚନା।ବିରୋଧୀ ନିଜର କଡ଼ା ଆଭିମୁଖ୍ୟ ନେଇ ଲକ୍ଷ୍ୟ ସ୍ପଷ୍ଟ କରିବା ଆରମ୍ଭ କରିଛନ୍ତି। ଜନସାଧାରଣଙ୍କ ସ୍ୱାର୍ଥ ସହ ଜଡିତ ପ୍ରସଙ୍ଗରେ ସରକାରଙ୍କ ସହ କୌଣସି ସାଲିସ୍ କରାଯିବ ନାହିଁ ବୋଲି ବିରୋଧୀ ପକ୍ଷରୁ କୁହାଯାଇଛି। ଏଥର ନିମ୍ନ ଗୃହ ଲୋସଭାରେ ସଂଖ୍ୟା ଦୃଷ୍ଟିରୁ ବିରୋଧୀ ମଧ୍ୟ ସଶକ୍ତ ହୋଇଛନ୍ତି। ଗୃହରେ ଶାସକ ଏନଡିଏର ଶକ୍ତି ୨୯୩ ଥିବାବେଳେ ବିରୋଧୀ ଶିବିରର ଶକ୍ତି ୨୩୨ ରହିଛି। ଏଭଳି ପରିସ୍ଥିତିରେ, ସାଂଖ୍ୟିକ ଶକ୍ତି ଦୃଷ୍ଟିରୁ ବିରୋଧୀ
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |