ଆସନ୍ତାକାଲି ହେବାକୁଥିବା NEET-PG ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ , ୨୩।୬:NEET ପରୀକ୍ଷାକୁ ନେଇ ଜାରି ରହିଛି ବିବାଦ। ନିଟ୍ ବିବାଦ ମଧ୍ୟରେ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା NTA ଡିଜି ସୁବୋଧ କୁମାର ସିଂଙ୍କୁ ହଟାଇଲେ କେନ୍ଦ୍ର ସରକାର । ଅବସରପ୍ରାପ୍ତ IAS ପ୍ରଦୀପ ସିଂ ଖରୋଲାଙ୍କୁ ଅତିରିକ୍ତ ଭାବେ NTA ମହାନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି । ନିଟ୍ ଓ ୟୁଜିସି-ନେଟ୍ ଘମାସାନ ଭିତରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କେନ୍ଦ୍ର ।NTAର ନୂଆ ଡିଜି ପ୍ରଦୀପ ସିଂ ଖରୋଲା ଏବେ ଇଣ୍ଡିଆ ଟ୍ରେଡ୍ ପ୍ରମୋସନ୍ ଅର୍ଗାନାଇଜେସନର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଅଛନ୍ତି । ଆଜି ହେବାକୁ ଥିବା ନିଟ୍-ପିଜି ପରୀକ୍ଷା ସ୍ଥଗିତ ।   ଜାତୀୟ ଟେଷ୍ଟିଂ ଏଜେନ୍ସି (NTA) ଦ୍ବାରା ଏହି ପରୀକ୍ଷା ପରିଚାଳନା କରାଯାଇଥାନ୍ତା। କିନ୍ତୁ ବର୍ତ୍ତମାନ NTAର ବିଭିନ୍ନ ପରୀକ୍ଷାରେ ଅନିୟମିତତା ନେଇ ତଦନ୍ତ କରାଯାଉଥିବା କାରଣରୁ ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଖୁବଶୀଘ୍ର ନୂତନ ପରୀକ୍ଷାର ତାରିଖ ଘୋଷଣା ହେବ ଖୁବୋଲି ଜଣାପଡିଛି। କମ୍ପିଟେଟିଭ୍ ପରୀକ୍ଷାର ପେପର ଲିକ୍ ଅଭିଯୋଗକୁ ଦୃଷ୍ଟିରେ ରଖି ମେଡିକାଲ ଛାତ୍ରଛାତ୍ରୀମାନଙ୍କ ପାଇଁ ଏନଟିଏ ଦ୍ୱାରା ପରିଚାଳିତ ନିଟ୍-ପିଜି ପ୍ରବେଶିକା ପ୍ରକ୍ରିୟାର ପୁଙ୍ଖାନୁପୁଙ୍ଖ ମୂଲ୍ୟାଙ୍କନ ପାଇଁ ନିଷ୍ପତ୍ତି ନେଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । NEET-UGରେ ଅନିୟମିତତା ଅଭିଯୋଗରେ ସିବିଆଇ ଯାଞ୍ଚ ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ପେପର୍ ଲିକ୍ ଉପରେ ବଡ଼ ପ୍ରହାର କରିଛନ୍ତି କେନ୍ଦ୍ର ସରକାର । ଆଣ୍ଟି ପେପର ଲିକ୍ ଆଇନ ଲାଗୁ କଲେ କେନ୍ଦ୍ର ସରକାର । କାର୍ମିକ ବିଭାଗ ପକ୍ଷରୁ ୨୧ ଜୁନ୍‌ରୁ ଆଣ୍ଟି ପେପର ଲିକ୍ ଆଇନ ଲାଗୁ ହୋଇଥିବା ବେଳେ, ଅନିୟମିତତାକାରୀଙ୍କ ବିରୋଧରେ ଏଥିରେ ୧୦ ବର୍ଷ ଜେଲ୍ ଓ କୋଟିଏ ଟଙ୍କା ଜରିମାନା ଭଳି କଠୋର ଦଣ୍ଡ ବ୍ୟବସ୍ଥା ରହିଛି ।ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା NTAର ସଂସ୍କାର ପାଇଁ ୭ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରିଛି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ । ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ରୋକିବାକୁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ କଠୋର ଦଣ୍ଡ ବ୍ୟବସ୍ଥା ସହ ଲାଗୁ ହେଲା ‘ଆଣ୍ଟି ପେପର୍ ଲିକ୍’ ଆଇନ ରହିଛି ୧୦ ବର୍ଷ ଯାଏଁ ଜେଲ୍ ଓ କୋଟିଏ ଟଙ୍କା ଜରିମାନା ଭଳି ପ୍ରାବଧାନ ।ନିଟ୍ ଓ ୟୁଜିସି-ନେଟ୍ ପେପର୍ ଲିକ୍ ଘମାସାନ ଭିତରେ, ପବ୍ଲିକ୍ ଏକ୍ଜାମିନେସନ୍ସ (ପ୍ରିଭେନ୍ସନ ଅଫ୍ ଅନଫେୟାର୍ ମିନ୍ସ) ବିଲ୍ ବା ଆଣ୍ଟି ପେପର୍ ଲିକ୍ ଆଇନକୁ ନେଇ ପ୍ରକାଶ ପାଇଛି ଗେଜେଟ୍ ବିଜ୍ଞପ୍ତି । ଗତ ଫେବୃଆରୀରେ ପାସ୍ ହୋଇଥିବା ଏହି ଆଇନ ଜୁନ୍ ୨୧ରୁ ବିଧିବଦ୍ଧ ଭାବେ ଲାଗୁ ହୋଇଛି । କୋଶ୍ଚିନ୍ ପେପର୍ କିମ୍ବା ଆନ୍ସର କି’ ଲିକ୍, ପରୀକ୍ଷାର୍ଥୀଙ୍କୁ ଅସାଧୁ ଉପାୟରେ ସହାୟତା, କଂପ୍ୟୁଟର ନେଟୱର୍କ କିମ୍ବା ଅନ୍ୟ ରିସୋର୍ସ ଟାମ୍ପରିଂ, ନକଲି ପରୀକ୍ଷାର୍ଥୀ, ମେରିଟ୍ ଲିଷ୍ଟ କିମ୍ବା ରାଙ୍କ୍ ଟାମ୍ପରିଂ ଆଦି ରୋକିବା ଦିଗରେ ଏହି ଆଇନ କାର୍ଯ୍ୟ କରିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!