ମା’ ତାରିଣୀ ମନ୍ଦିର ବିକାଶ ପାଇଁ ୫୦ କୋଟି ଟଙ୍କାର ଅନୁଦାନ ଘୋଷଣା

କେନ୍ଦୁଝର,୨୩।୬: ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ମୋହନ ଚରଣ ମାଝୀ ନିଜ ଜିଲ୍ଲା କେନ୍ଦୁଝରକୁ ଗସ୍ତ କରିଛନ୍ତି । ଏହି ଅବସରରେ ମା’ ତାରିଣୀ ମନ୍ଦିର ବିକାଶ ପାଇଁ ଆଉ ୫୦ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଚରଣ ମାଝୀ ହେଉଛନ୍ତି ଲୋକଙ୍କ ମୁଖ୍ୟମନ୍ତ୍ରୀ । ଏହି ଦୁଇ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ଘଟଗାଁଠାରେ ମା’ ତାରିଣୀଙ୍କୁ ଦର୍ଶନ କରିଥିଲେ ।   ଗସ୍ତର ପ୍ରଥମ ଦିନରେ ସେ ଘଟଗାଁ ଯାଇ ମାଆ ତାରିଣୀଙ୍କୁ ଦର୍ଶନ କରିଛନ୍ତି। ମାଆଙ୍କ ଦର୍ଶନ ପରେ ମନ୍ଦିରର ଉନ୍ନତି ପାଇଁ ଆଉ ୫୦ କୋଟି ଟଙ୍କା ଘୋଷଣା କରିଛନ୍ତି ସିଏମ୍।ଏବେ ୫୦ କୋଟିର ଏଠାରେ କାମ ଚାଲିଛି। ଆଉ ୫୦ କୋଟି ମନ୍ଦିରର ସୌନ୍ଦର୍ଯ୍ୟକରଣରେ ଲାଗିବ। ଏହାସହ ତାରିଣୀ ପୀଠକୁ ଜାତୀୟ ମାନ୍ୟତା ପାଇଁ କେନ୍ଦ୍ରକୁ ଅନୁରୋଧ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ଘଟଗାଁ ହେଲିପ୍ୟାଡ୍‌ରେ ପହଞ୍ଚିବା ପରେ ସେଠୁ ବିଶାଳ ରୋଡ୍ ଶୋ’ରେ ଯାଇଥିଲେ ମୁଖ୍ୟମନ୍ତ୍ରୀ। ପରେ ନିଜେ ଭୋଗ କିଣି ମାଆଙ୍କ ପାଖରେ
ଲାଗି କରିଥିଲେ।ଆଜି ମୁଖ୍ୟମନ୍ତ୍ରୀ କେନ୍ଦୁଝର ବଳଦେବ ଜୀଉଙ୍କୁ ଦର୍ଶନ କରିବେ। ପରେ କେନ୍ଦୁଝରରେ ରୋଡ୍ ଶୋ’ ଓ ସାଧାରଣ ସଭାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ନିଜ ଗାଁ ରାଇକଳାକୁ ଯିବେ ସିଏମ୍। ସେଠି ନିଜ ଘରେ ମଧ୍ୟାହ୍ନ ଭୋଜନ କରିବେ ଓ ସାଧାରଣଜନତାଙ୍କ ସହ ଆଲୋଚନା କରିବେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!