ଆଇଇଡି ବିସ୍ଫୋରଣରେ ୨ ଯବାନ ସହିଦ

ମାଲକାନଗିରି,,୨୩।୬: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମାରେ ନକ୍ସଲଙ୍କ ବର୍ବର କାଣ୍ଡ । ଆଇଇଡି ବିସ୍ଫୋରଣରେ ୨ ଯବାନ ସହିଦ।ସୁରକ୍ଷାବଳ ପକ୍ଷରୁ ସିଲଗେର ଅଞ୍ଚଳକୁ ସର୍ଚ୍ଚ ଅପରେସନ ଜୋରଦାର। ସକାଳେ କମ୍ବିଂ ଅପରେସନରେ ଯାଉଥିବାବେଳେ ନକ୍ସଲ ଆକ୍ରମଣର ଶିକାର ହୋଇଥିଲେ ସିଆରପିଏଫ୍‌ କୋବ୍ରା ୨୦୧ ବାଟାଲିୟନ୍‌ର ଯବାନ। ସୂଚନା ଅନୁସାରେ, ସିଲଗେର ଏବଂ ତେକୁଲାଗୁଡେମ ମଧ୍ୟରେ ଏହି ବିସ୍ଫୋରଣ କରାଇଛନ୍ତି ନକ୍ସଲ । ରାସନ୍ ସାମଗ୍ରୀ ନେଇ ଯବାନ କ୍ୟାମ୍ପକୁ ଫେରିବା ବେଳେ ଏହି ଆଇଡି ବିସ୍ଫୋରଣ ହୋଇଛି । ଯବାନଙ୍କ ଏକ ଟ୍ରକକୁ ଆଇଡି ବ୍ଲାଷ୍ଟ କରି ଉଡ଼ାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ସହିଦ ଯବାନମାନଙ୍କ ପାର୍ଥିବ ଶରୀର ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି । ଏହି ଆକ୍ରମଣରେ ସହିଦ ହୋଇଥିବା ୨ ଜଣ ଯବାନ ସିଆରପିଏଫ କୋବ୍ରା ୨୦୧ ବାଟାଲିୟନର ବୋଲି ଜଣାଯାଇଛି ।ଛତିଶଗଡ଼ର ସୁକମାରେ ନକ୍ସଲଙ୍କ ଆଇଇଡି ବିସ୍ଫୋରଣ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନକ୍ସଲମାନେ କରିଛନ୍ତି ଆଇଇଡି ବ୍ଲାଷ୍ଟ। ଏଥିରେ ବର୍ତ୍ତମାନ ସୁଦ୍ଧା ୨ ଜଣ ଯବାନ ସହିଦ ହୋଇଥିବା ଖବର ମିଳିଛି।ପୁଲିସ୍‌ କହିଛି ଜଗରଗୁଣ୍ଡା ଅଞ୍ଚଳରେ ଆଇଇଡି ବିସ୍ଫୋରଣ ହୋଇଛି। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ସିଲଗେର ଓ ତେକୁଲାଗୁଡେମ ମଧ୍ୟରେ ନକ୍ସଲମାନେ ଆଇଇଡି ଖଞ୍ଜିଥିଲେ। ସେଠାରେ ଯବାନମାନେ ପହଞ୍ଚିବା କ୍ଷଣି ବିସ୍ଫୋରଣ ହୋଇଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!