ଢେଙ୍କାନାଳ,୨୪।୬ : ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକର ଝାଡ଼ବନ୍ଧ ଗ୍ରାମ ସ୍ଥିତ ରୁଙ୍ଗଟା ମାଇନ୍ସ ଲିମିଟେଡ଼ କଂପାନୀରେ ଅଘଟଣ। ଏକ ମେକାନିକାଲ ଷ୍ଟ୍ରକଚର୍ ଭୁଷୁଡ଼ି ୩ଜଣ ଙ୍କ ମୃତ୍ୟୁ ଆଶଙ୍କା। ଭୁଷୁଡ଼ି ପଡ଼ିଥିବା କନଷ୍ଟ୍ରକସନ୍ ତଳେ ବହୁ ଶ୍ରମିକ ଚାପି ହୋଇ ରହିଥିବା ମଧ୍ୟ ସୂଚନା ମିଳିଛି।ଢେଙ୍କାନାଳ ଜିଲ୍ଲାର ଝାଡ଼ବନ୍ଧରେ ଥିବା ରୁଙ୍ଗଟା ମାଇନ୍ସ କାରଖାନାରେ ଆଜି ସକାଳେ ଅଘଟଣ ଘଟିଛି। ମେକାନିକାଲ ଷ୍ଟ୍ରକଚର୍ ଭୁଶୁଡ଼ି ପଡ଼ିବାରୁ ଘଟଣାସ୍ଥଳରେ ୨ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ୬ରୁ ୭ ଜଣ ଗୁରୁତର ଆହତ ହୋଇଛନ୍ତି।ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହୁରି ଅନେକ ଶ୍ରମିକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଏଥିସହ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ସୂଚନା ରହିଛି। ଅଘଟଣରେ ମୃତ୍ୟୁ ବରଣ କରିଥିବା ୨ ମୃତକଙ୍କ ପରିଚୟ ମିଳିନାହିଁ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |