ନୂଆଦିଲ୍ଲୀ,୨୪।୬:ଫଲକନାମା ଏକପ୍ରେସରୁ ଜବତ ହୋଇଛି ୨୪ ଲକ୍ଷ ଟଙ୍କା। ତେଲେଙ୍ଗାନା ପୁଲିସ ଓ କଟକ ଆରପିଏଫର ମିଳିତ ସହଯୋଗରେ ବିହାରର ଦୁଇ ଯୁବକଙ୍କଠାରୁ ୨୪ ଲକ୍ଷ ଟଙ୍କା ଜବତ କରାଯାଇଛି। ଦୁଇ ଅଭିଯୁକ୍ତ ହେଲେ ରାମନାରାୟଣ ଯାଦବ ଓ ଶେଖ୍ ସିରାଜ।ଫଲକନାମା ଏକପ୍ରେସରେ ଟଙ୍କା ଚାଲାଣ ହେଉଥିବା ତେଲେଙ୍ଗାନା ପୁଲିସ କୌଣସି ସୁତ୍ରରୁ ପାଇଥିଲା। ଏନେଇ କଟକ ଆରପିଏଫକୁ ସୂଚନା ଦେଇଥିଲା। ଗତକାଲି ଫଲକନୁମା ଏକପ୍ରେସ କଟକରୁ ଯାଜପୁର ଛାଡ଼ିବା ବେଳେ କଟକ ଆରପିଏଫ ଚଢ଼ାଉ କରିଥିଲା।ଚଢ଼ାଉ ବେଳେ ଦୁଇ ଯୁବକଙ୍କ ଠାରୁ ୨୪ ଲକ୍ଷ ଜବତ କରିବା ସହ ସେମାନଙ୍କୁ ଗିରଫ କରିଥିଲା ଆରପିଏଫ। ତେବେ ଏହି ଦୁଇ ଯୁବକ ଏତେ ଟଙ୍କା କେଉଁଠୁ ଆଣିଲେ, ଏହି ଟଙ୍କା ନେଇ ସେମାନେ କେଉଁଠୁ ଯାଉଥିଲେ ତାହା ଜଣାପଡ଼ିନାହିଁ। ପୁଲିସ ସେମାନଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ କରୁଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |