ଆଜିଠୁ ଲୋକସଭାର ସ୍ଵତନ୍ତ୍ର ଅଧିବେଶନ ,ଶପଥ ନେବେ ପ୍ରଧାନମନ୍ତ୍ରୀ, ମନ୍ତ୍ରୀ ଓ ସାଂସଦ

ନୂଆଦିଲ୍ଲୀ,୨୪।୬:  ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଆଜିଠାରୁ(ସୋମବାର) ଆରମ୍ଭ ହେଉଛି। ଏହି ତିନି ଦିନିଆ ସ୍ବତନ୍ତ୍ର ଅଧିବେଶନର ପ୍ରଥମ ଦିନରେ ନବନିର୍ବାଚିତ ସାଂସଦମାନେ ଶପଥ ଗ୍ରହଣ କରିବେ। ଲୋକସଭାରେ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ନବନିର୍ବାଚିତ ସାଂସଦଙ୍କୁ ଶପଥ ପାଠ କରାଇବେ। ସେଥିପାଇଁ ବିଜେପି ସାଂସଦମାନେ ରବିବାର ଦିଲ୍ଲୀ ଯାତ୍ରା କରିଛନ୍ତି। ଏହି ଅବସରରେ ନିଜ ମାତୃଭାଷା ସାନ୍ତାଳୀ ଭାଷାରେ ଶପଥ ଗ୍ରହଣ କରିବେ ବୋଲି କହିଛନ୍ତି ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ। ଆଗାମୀ ଦିନରେ କିଭଳି ସାନ୍ତାଳୀ ଭାଷା ଲୋକଲୋଚନକୁ ଆସିବ ଏବଂ ଏହାର ପ୍ରଚାର ପ୍ରସାର ହେବ ସେନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରିବେ ବୋଲି ସେ କହିଛନ୍ତି।୨୦୨୪ ରେ ତୃତୀୟ ଥର ପାଇଁ ଲୋକ ସଭା ନିର୍ବାଚନରେ ବିଜୟୀ ହୋଇ ସେ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ସୋମବାର ୧୮ତମ ଲୋକ ସଭାର ପ୍ରଥମ ଅଧିବେଶନ ଆରମ୍ଭ ହେବ। ଯେତେବେଳେ ମୋଦି ପ୍ରଥମ ଏବଂ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ ସେତେବେଳେ ବିରୋଧୀ ଏତେ ଦୁର୍ବଳ ହୋଇଯାଇଥିଲେ ଯେ କୌଣସି ପ୍ରସଙ୍ଗରେ ସରକାର ବିରୋଧୀଙ୍କୁ ଚପାଇ ଦେଉଥିବାର ଦେଖାଯାଉଥିଲା। କିନ୍ତୁ ମୋଦି ୩.୦ ପ୍ରଶ୍ନରୁ ଆରମ୍ଭ ହେବ। ନିଟଠାରୁ ଆରମ୍ଭ କରି ପେପର ଲିକ ଏବଂ ବର୍ତ୍ତମାନ ପ୍ରୋଟେମ ସ୍ପିକର ନିଯୁକ୍ତିକୁ ନେଇ ସରକାର ସ୍କାନରରେ ଅଛନ୍ତି।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!