କାମଚଳା ବାଚସ୍ପତି ଭାବେ ଶପଥ ନେଲେ ସାଂସଦ ଭର୍ତ୍ତୃହରି ମହତାବ

ନୂଆଦିଲ୍ଲୀ,୨୪ା୬:  ରାଷ୍ଟ୍ରପତି ଭବନରେ କାମଚଳା ବାଚସ୍ପତି ଭାବେ ଶପଥ ନେଲେ ସାଂସଦ ଭର୍ତ୍ତୃହରି ମହତାବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇଛନ୍ତି। ୭ଥର ସାଂସଦ ଭାବେ ନିର୍ବାଚିତ ହୋଇଥିବାରୁ କାମଚଳା ବାଚସ୍ପତି ଆସନରେ ବସିଛନ୍ତି ଭର୍ତ୍ତୃହରି। ଆଜି ଲୋକସଭାରେ ନବ ନିର୍ବାଚତ ସାଂସଦମାନଙ୍କୁ ଶପଥ ପାଠ କରାଇବେ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ।ଭାଜପା ଏମ୍‌ପି ଭର୍ତ୍ତୃହରି ମହତାବ ସୋମବାର କାମଚଳା ବାଚସ୍ପତି ଭାବେ ଶପଥ ନେଇଛନ୍ତି। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥପାଠ କରାଇଛନ୍ତି। ଲଗାତର ୬ ଥର ବିଜେଡିର ଏମ୍‌ପି ହୋଇଥିବା ବେଳେ ଭର୍ତ୍ତୃହରି ଗତ ନିର୍ବାଚନରେ ଭାଜପାରେ ମିଶି ମଧ୍ୟ ବିଜୟ ଲାଭ କରିଥିଲେ। ଲଗାତର ୭ ଥରର ଏମ୍‌ପି ଭର୍ତ୍ତୃହରି ନବନିର୍ବାଚିତ ଏମ୍‌ପିଙ୍କୁ ଶପଥ ପାଠ କରାଇବେ।ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ପୁଅ ଭର୍ତ୍ତୁହରି ୧୯୯୮ରୁ ସମ୍ମାନଜନକ କଟକ ସଂସଦୀୟ କ୍ଷେତ୍ରରୁ ପ୍ରତିନିଧିତ୍ୱ କରିଆସୁଛନ୍ତି। ସେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଲୋକ ସଭାରେ ବିଜେଡିର ଫ୍ଲୋର ନେତା ମଧ୍ୟ ରହିଥିଲେ। ୧୯୯୮ରୁ ୧୯୯୯, ୨୦୦୪, ୨୦୦୯, ୨୦୧୪ ଏବଂ ୨୦୧୯ ପର୍ଯ୍ୟନ୍ତ ସେ ୬ଥର ଲୋକ ସଭାକୁ ନିର୍ବାଚି ହୋଇଛନ୍ତି।ଭର୍ତ୍ତୁହରି ୨୦୧୭ରେ ସମ୍ମାନଜନକ ଉଲ୍ଲେଖନୀୟ ସଂସଦୀୟ ପୁରସ୍କାର ବି ପାଇଥିଲେ। ତାଙ୍କୁ ୨୦୧୭, ୨୦୧୮, ୨୦୧୯ ଏବଂ ୨୦୨୦ରେ ସଂସଦ ରତ୍ନ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!