ଟି-୨୦ ବିଶ୍ୱକପ୍‌ : ଆଜି ଅଷ୍ଟ୍ରେଲିଆକୁ ଭେଟିବ ଭାରତ

ଗ୍ରସ ଆଇଲେଟ୍‌‌ ,,୨୪।୬:ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପରେ ଆଜି ୱେଷ୍ଟଇଣ୍ଡିଜର ସେଣ୍ଟଲୁସିଆସ୍ଥିତ ଡାରେନ ସାମି କ୍ରିକେଟ ପଡିଆରେ ମୁହାଁମୁହିଁ ହେବେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ସହ ଦୁର୍ଦ୍ଦଶ ଭାରତ ।ଆଫଗାନିସ୍ତାନଠାରୁ ପରାଜିତ ହେବା ପରେ ଭାରତ ସହ ଅଷ୍ଟ୍ରେଲିଆ ସୋମବାର ଖେଳିବାକୁ ଥିବା ସୁପର-୮ ଗ୍ରୁପ୍‌‌-୧’ ମ୍ୟାଚ୍‌‌ର ଗୁରୁତ୍ୱ ବଢ଼଼ିଯାଇଛି। ଏହି ଗ୍ରୁପ୍‌‌ରେ ଭାରତ ୨ଟି ମ୍ୟାଚ୍‌‌ ଖେଳି ଦୁଇଟିରେ ବିଜୟୀ ହୋଇଛି। ଉଭୟ ପଏଣ୍ଟ ଓ ନେଟ ରନ୍‌‌ ରେଟ୍‌‌ରେ ଭାରତ ପ୍ରଥମ ସ୍ଥାନରେ ରହିଛି।ସୁପର ୮ ର ଏହି ମହାମୁକାବିଲା ପାଇଁ ରୋହିତ ବାହିନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବାବେଳେ ମିଚେଲ ମାର୍ଶଙ୍କ କଙ୍ଗାରୁ ଦଳ ପାଇଁ ଏହି ମ୍ୟାଚ ‘କର ବା ମର’ ଅଟେ । ଭାରତ ଏଯାଏଁ ପ୍ରତିଯୋଗିତାରେ ଅପରାଜୟ ରହି ଗ୍ରୁପ ‘ଏ’ ର ପଏଣ୍ଟ ତାଲିକାରେ ଶୀର୍ଷରେ ଅଛି । ସେମିଫାଇନାଲ ଖେଳିବାର ଦ୍ୱାର ଦେଶରେ ରହିଛି ଭାରତୀୟ ଦଳ । ଭାରତ ଆଜିର ମ୍ୟାଚ ଜିତିଲେ ସିଧାସଳଖ ସେମିଫାଇନାଲ ଖେଳିବ । ହାରିଲେ ବି ଯଦି ବଡ ରନ ବ୍ୟବଧାନରେ ଅଷ୍ଟ୍ରେଲିଆଠୁ ନ ହାରେ ତେବେ ବି ତା’ର ସେମିଫାଇନାଲ ଖେଳିବା ଆଶା ମଉଳିବ ନାହିଁ । ମାତ୍ର ସେପଟେ ଅଷ୍ଟ୍ରେଲିଆକୁ ଏହି ମ୍ୟାଚ ଜିତିବା ବାଧ୍ୟତାମୂଳକ । ହାରିଲେ ଟୁର୍ଣ୍ଣାମେଣ୍ଟରୁ ବାହାର ହେବା ପ୍ରାୟ ଥୟ ଆଉ ବଡ ରନ ବ୍ୟବଧାନରେ ନ ଜିତିଲେ ବି କଙ୍ଗାରୁ ଦଳ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଯାଇପାରେ । କାରଣ ସେପଟେ ଯଦି ଆଫଗାନିସ୍ତାନ ବାଂଲାଦେଶକୁ ଭଲ ରନ ବ୍ୟବଧାନରେ ହରାଇ ଦିଏ, ତେବେ ମ୍ୟାଚ ଜିତି ବି ଅଷ୍ଟ୍ରେଲିଆ ଚଳିତ ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପରୁ ବାହାର ହୋଇ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବ ।ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ୨ଟି ଲେଖାଏଁ ମ୍ୟାଚ୍‌‌ ଖେଳି ଗୋଟିଏ ଲେଖାଏଁ ବିଜୟୀ ହୋଇଛି। ଉଭୟ ଦଳର ପଏଣ୍ଟ ସମାନ ହୋଇଥିଲେ ମଧ୍ୟ ନେଟ୍‌‌ ରନ୍‌‌ରେଟ୍‌‌ରେ ଅଷ୍ଟ୍ରେଲିଆ ଆଗୁଆ ରହିଛି। ଏହା ଫଳରେ ଆସନ୍ତାକାଲି ଭାରତ ସହ ଖେଳାଯିବାକୁ ଥିବା ମ୍ୟାଚ୍‌‌ରେ ଅଷ୍ଟ୍ରେଲିଆ ବିଜୟୀ ହେଲେ ସେମିଫାଇନାଲକୁ ଉନ୍ନୀତ ହେବ। ନଚେତ ଦଳକୁ ଆଫଗାନିସ୍ତାନ ଓ ବାଂଲାଦେଶ ମ୍ୟାଚ୍‌‌ର ଫଳାଫଳ ଉପରେ ନିର୍ଭର କରିବାକୁ ପଡ଼ିବ। ଅଷ୍ଟ୍ରେଲିଆ ଯଦି ଏହି ମ୍ୟାଚ୍‌‌କୁ ୪୧ ରନ୍‌‌ ବ୍ୟବଧାନରେ ବିଜୟୀ ହୁଏ, ତେବେ ଅନ୍ୟ ମ୍ୟାଚ୍‌‌ର ଫଳାଫଳ ଯାହା ହେଉନା କାହିଁକି ଦଳର ସେମିଫାଇନାଲ ଖେଳିବା ରାସ୍ତା ପରିସ୍କାର ହୋଇଯିବ। କିନ୍ତୁ ଏହି ମ୍ୟାଚ୍‌‌ର ଆୟୋଜନ ନେଇ ଆଶଙ୍କା ସୃଷ୍ଟି ହୋଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!