ଜେପି ନଡ୍ଡା ହେଲେ ରାଜ୍ୟସଭା ନେତା

ନୂଆଦିଲ୍ଲୀ,୨୪।୬: କେନ୍ଦ୍ରମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ରାଜ୍ୟସଭା ନେତା ଭାବେ ନିଯୁକ୍ତ ହୋଇଛନ୍ତି। ସୋମବାର ତାଙ୍କୁ ସଂସଦର ଉପର ଗୃହର ନେତା ଭାବେ ନିଯୁକ୍ତ କରାଯାଇଛି। ସେ ରାଜ୍ୟସଭାରେ ପୀୟୁଶ ଗୋୟଲଙ୍କ ସ୍ଥାନ ନେଇଛନ୍ତି।ଭାରତୀୟ ଜନତା ପାର୍ଟି(ବିଜେପି) କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି । ରାଜ୍ୟସଭାରେ ଗୃହର ନେତା ଭାବେ ନଡ୍ଡାଙ୍କୁ ନିଯୁକ୍ତ କରାଯାଇଛି । ଚଳିତ ମାସ ପ୍ରାରମ୍ଭରେ ନଡ୍ଡା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହ ରାସାୟନିକ ଏବଂ ସାର ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିଥିଲେ । ତେବେ ଗୃହର ନେତା ଭାବରେ ସେ ପୀୟୁଷ ଗୋୟଲଙ୍କ ସ୍ଥାନ ନେବେ । କହିରଖୁଛୁ ଜୁଲାଇ ୨୦୨୧ରେ ରାଜ୍ୟସଭା ସଦନର ନେତା ଭାବେ ପୀୟୁଷ ଗୋୟଲଙ୍କୁ ନିଯୁକ୍ତ କରାଯାଇଥିଲା ।ବିଜେପି ସଭାପତି ଭାବରେ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ଜାନୁଆରୀରେ ଶେଷ ହୋଇଥିଲା । କିନ୍ତୁ ୨୦୨୪ ଲୋକସଭା ନିର୍ବାଚନକୁ ତଦାରଖ କରିବା ପାଇଁ ତାଙ୍କ କାର୍ଯ୍ୟକାଳରେ ୬ ମାସ ବୃଦ୍ଧି କରାଯାଇଥିଲା । ବର୍ତ୍ତମାନ ତାଙ୍କୁ କାର୍ଯ୍ୟକାଳ ଜୁନରେ ସମାପ୍ତ ହେଉଛି । ମନ୍ତ୍ରୀଙ୍କ ଶପଥ ଗ୍ରହଣ ପରେ ନଡ୍ଡା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଛାଡ଼ିବା ନେଇ ଚର୍ଚ୍ଚା ହେଉଥିଲା । ଦଳ ନିୟମ ଅନୁଯାୟୀ ସମସ୍ତ ରାଜ୍ୟର ୫୦% ସଂଗଠନ ନିର୍ବାଚନ ଶେଷ ହେବା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ହୋଇଥାଏ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!