ଜନ୍ମମାଟିରେ ମୁଖ୍ୟମନ୍ତ୍ରୀ ,ମା’ଙ୍କ ହାତରୁ ଖାଇଲେ ପଖାଳ

କେନ୍ଦୁଝର,,୨୪ା୬: ଗତକାଲିଠାରୁ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ତାଙ୍କ ଜନ୍ମମାଟି ରାଇକଳାକୁ ଯାଇଥିଲେ। ମୁଖ୍ୟମନ୍ତ୍ରୀ ହେବା ପରେ ସେ ପ୍ରଥମ ଥର ପାଇଁ ନିଜ ଗାଁକୁ ଯାଇଥିଲେ। ଗାଁରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ଗ୍ରାମବାସୀ। ନିଜ ଘରେ ପହଞ୍ଚିବା ପରେ ତାଙ୍କୁ ବନ୍ଦାପନା କରି ପାଛୋଟି ନେଇଥିଲେ ପରିବାର ଲୋକେ। ଘରେ ସେ ମଧ୍ୟାହ୍ନ ଭୋଜନ କରିଥିଲେ। ମଧ୍ୟାହ୍ନ ଭୋଜନରେ ପଖାଳ ଖାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ ଚତୁର୍ଥଥର ବିଧାୟକ ନିର୍ବାଚିତ ହେବାପରେ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ ୧୧ଦିନ ପରେ ନିଜ ଜିଲା କେନ୍ଦୁଝରକୁ ଦୁଇଦିନିଆ ଗସ୍ତରେ ଆସି ସମ୍ବର୍ଦ୍ଧନା ଗ୍ରହଣ କରିବା ସହ ନିଜ ଲୋକଙ୍କୁ ଭେଟି ଭାବ ବିନିମୟ କରିଛନ୍ତି ।ସୋମବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କେନ୍ଦୁଝରରୁ ହେଲିକେପ୍ଟର ଯୋଗେ ନିଜ ଜନ୍ମଗ୍ରାମ ରାଇକଳାସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବା ପରେ ନିଜ ଲୋକଙ୍କୁ ଦେଖି ଭାବବିହ୍ୱଳ ହୋଇ ପଡିଥିଲେ । ସେଠାରେ ଅଞ୍ଚଳବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ ପରେ ଏକ ବିଶାଳ ରୋଡ ଶୋ’ରେ ଆସି ଦୁର୍ଗତୀନାଶିନୀ ଯୁବ ସଂଘ ଓ ଜିଲା ବିଜେପି ପକ୍ଷରୁ ମିଳିତ ଭାବେ ଝୁମ୍ପୁରା ଦୁର୍ଗା ପଡିଆରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇଥିଲେ ।ସମ୍ବର୍ଦ୍ଧନା ସଭରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପିଲାବେଳେ ଝୁମ୍ପୁରାରେ ବିତାଇଥିବା ଅତୀତକୁ ସ୍ମରଣ କରି ଭାବ ବିହ୍ୱଳ ହେବାସହ ମୁଁ ଝୁମ୍ପୁରା ଶିଶୁ ମନ୍ଦିରରେ ଗୁରୁଜୀ ଥିବା ସମୟର ଗୁରୁଜୀ ଗୁରୁମା ଅବସରଗ୍ରହଣ କରିଥିବା ବେଳେ ମୁଁ ଶିକ୍ଷାଦାନ କରିଥିବା ଛାତ୍ରଛାତ୍ରୀ ଏବେ ସେହି ବିଦ୍ୟାଳୟରେ ଗୁରୁଜୀ ଗୁରୁମା’ ଭାବେ କାର୍ଯ୍ୟରତ ଥିବା ଜାଣି ବେଶ୍‍ ଖୁସି ଲାଗୁଛି ବୋଲି କହିଥିଲେ ।ଝୁମ୍ପୁରା ହାଇସ୍କୁଲରେ ୧୯୮୭ ମସିହାରେ ମାଟ୍ରିକ୍‍ ପାସ୍‍ କରିଥିବା ସମୟର ମୁଖ୍ୟମନ୍ତ୍ରୀଙ୍କ ସହପାଠୀ ରୋଡ ଶୋ’ ସମୟରେ ବିଦ୍ୟାଳୟକୁ ପାଛୋଟି ନେଇଥିଲେ। ଗରୀବ ଆଦିବାସୀ ପରିବାରରୁ ଆସି କିଭଳି ଲଢ଼େଇ କରି ବଞ୍ଚିହୁଏ ଆଜି ତାହା ମୁଖ୍ୟମନ୍ତ୍ରୀ ହେବାପରେ ମୋ ଅଞ୍ଚଳବାସୀ ତାହା ପ୍ରମାଣିତ କରି ଦେଖାଇଛନ୍ତି ବୋଲି କହିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!