ଭୁବନେଶ୍ୱର,,୨୬।୬: ଆସନ୍ତା ୭ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଅନୁଷ୍ଠିତ ହେବ। ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ଶ୍ରୀମନ୍ଦିର ରତ୍ନବେଦିରୁ ବାହାରି ରଥାରୂଢ ହୋଇ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ। ମହାପ୍ରଭୁଙ୍କ ଘୋଷଯାତ୍ରା ଦେଖିବାକୁ ଶ୍ରୀକ୍ଷେତ୍ରରେ ଦେଶବିଦେଶର ଭକ୍ତଙ୍କ ସମାଗମ ହେବ।ରଥଯାତ୍ରା ପାଇଁ ସାରା ବିଶ୍ୱ ଉତ୍ସାହର ସହ ଅନେଇ ବସିଛି । ଏବେଠାରୁ କାଳିଆକୁ ପାଖରୁ ଦେଖିବା ପାଇଁ ପୁରୀକୁ ଭକ୍ତମାନଙ୍କ ସୁଅ ଛୁଟିଲାଣି । ତେବେ ଏହାରି ମଧ୍ୟରେ ପୁରୀକୁ ମହାମହିମଙ୍କ ଆଗମନ ଖବର ସାମ୍ନାକୁ ଆସିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରୀ ରଥଯାତ୍ରାରେ ଯୋଗ ଦେବେ । ଜୁଲାଇ ୬ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କର ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ୱର ଓ ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମରେ ସେ ଯୋଗଦେବେ ବୋଲି ସୂଚନା ମିଳିଛି । ତେବେ ରଥଯାତ୍ରାରେ ରାଷ୍ଟ୍ରପତି ଯୋଗ ଦେବା ନେଇ ଅନେକ କଡା ସୁରକ୍ଷା ବ୍ୟବସ୍ଥା କରାଯିବ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |