ଆଜି ଲୋକସଭା ବାଚସ୍ପତି ନିର୍ବାଚନ ,ବାଜି ମାରିଛନ୍ତି ବିଜେପି ସାଂସଦ ଓମ୍ ବିର୍ଲା

ନୂଆଦିଲ୍ଲୀ,୨୬।୬: ଆଜି ଲୋକସଭା ଭବନରେ ଚାଲିଥିଲା ବାଚସ୍ପତି ନିର୍ବାଚନ । ଏଥିରେ ବାଜି ମାରିଛନ୍ତି ବିଜେପି ସାଂସଦ ଓମ୍ ବିର୍ଲା । ତାଙ୍କ ବିପକ୍ଷ ପ୍ରାର୍ଥୀ କଂଗ୍ରେସ କେ. ସୁରେଶଙ୍କୁ ହରାଇ ସେ ଲୋକସଭା ବାଚସ୍ପତି ହୋଇଛନ୍ତି । ଦେଶରେ ଏହା ପ୍ରଥମ ବାଚସ୍ପତି ନିର୍ବାଚନ ଥିଲା । ଯେଉଁଥିରେ ସରକାରଙ୍କ ଏନଡିଏ ଏବଂ ବିରୋଧୀ ଇଣ୍ଡିଆ ମେଣ୍ଟ ମଧ୍ୟରେ ଲଢେଇ ଚାଲିଥିଲା । ପୂର୍ବତନ ବାଚସ୍ପତି ଓମ୍ ବିର୍ଲାଙ୍କୁ ଏନଡିଏ ପ୍ରାର୍ଥୀ କରିଥିବାବେଳେ କେ ସୁରେଶଙ୍କୁ ପ୍ରାର୍ଥୀ କରିଛି ଇଣ୍ଡି ମେଣ୍ଟ। ଆଜି ଦିନ ୧୧ଟାରେ ବାଚସ୍ପତି ପଦ ପାଇଁ ନିର୍ବାଚନ ହେବ। ଦେଶ ଇତିହାସରେ ଚତୁର୍ଥଥର ବାଚସ୍ପତି ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି। ଆଜି ଲୋକସଭାରେ ଉପସ୍ଥିତ ରହିବାକୁ ନିଜ ନିଜ ସାଂସଦଙ୍କୁ ହ୍ବିପ୍ ଜାରି କରିଛନ୍ତି ବିଜେପି, କଂଗ୍ରେସ ସମେତ ଅନ୍ୟ ଦଳ। ଦିନ ୧୧ଟାରୁ ନିର୍ବାଚନ ପ୍ରକ୍ରିୟା ସରିବା ପର୍ଯ୍ୟନ୍ତ ଉପସ୍ଥିତ ରହିବା ପାଇଁ ହ୍ବିପ୍ ଜାରି ହୋଇଛି। ପୂର୍ବରୁ ୧୯୫୨, ୧୯୬୮ ଏବଂ ୧୯୭୬ରେ ନିର୍ବାଚନ ହୋଇଥିଲା। ଦୀର୍ଘ ଦଶଦ୍ଦୀ ପରେ ପୁଣିଥରେ ଲୋକସଭା ଦେଖିବ ବାଚସ୍ପତି ନିର୍ବାଚନ। ପରମ୍ପରା ଅନୁସାରେ ବାଚସ୍ପତି ଏବଂ ଉପବାଚସ୍ପତିଙ୍କ ସହମତି ଆଧାରରେ ନିର୍ବାଚିତ ହୋଇଥାନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!