ଓଡ଼ିଶାକୁ ମଦ ମୁକ୍ତ ଓ ନିଶା ମୁକ୍ତ କରିବାକୁ ଯୋଜନା

ଭୁବନେଶ୍ୱର,୨୬।୬:ଓଡ଼ିଶା ହେବ ମଦମୁକ୍ତ। କମିବ ନିଶା ବ୍ୟବହାର। ଏଥିପାଇଁ ଅଣ୍ଟା ଭିଡ଼ିଲେଣି ନୂଆ ସରକାର। ଏମିତି ବଡ଼ ବୟାନ ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ନିଶା ଦ୍ୱାରା ସମାଜ କଳୁଷିତ ହେଉଛି। ସରକାରୀ ସ୍ତରରେ ଅନେକ ରାଜ୍ୟରେ ମଦ ବନ୍ଦ କରାଯାଇଛି। ଓଡିଶା ସରକାର ମଧ୍ୟ ମଦ ବନ୍ଦ କରିବାକୁ ଚେଷ୍ଟା କରିବେ।ନିଶା କାରବାର କମାଯିବ। ଓଡ଼ିଶାକୁ ମଦ ମୁକ୍ତ ଓ ନିଶା ମୁକ୍ତ କରିବାକୁ ଯୋଜନା କରାଯାଉଛି। ଅବକାରୀ ସମେତ ବିଭିନ୍ନ ବିଭାଗ ସହ ଆଲୋଚନା କରାଯାଇ ପର୍ଯ୍ୟାୟ କ୍ରମେ ଏନେଇ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି।ତେବେ ଓଡ଼ିଶାକୁ ମଦ ଓ ନିଶା ମୁକ୍ତ କରିବାକୁ ଭାଜପା ସରକାର ଯୋଜନା କରୁଛନ୍ତି। ଅବକାରୀ ସମେତ ବିଭିନ୍ନ ବିଭାଗ ସହ ଆଲୋଚନା ହେବ। ଆଲୋଚନା ହୋଇ ପର୍ଯ୍ୟାୟକ୍ରମେ ପଦକ୍ଷେପ ନିଆଯିବ। ସୁସ୍ଥ ସମାଜ ଗଠନ ପାଇଁ ଏହା ବେଶ ଆବଶ୍ୟକ ବୋଲି ମନ୍ତ୍ରୀ କହିଛନ୍ତି ।ପୂର୍ବରୁ ମଧ୍ୟ ବିହାର, ଗୁଜୁରାଟ, ମିଜୋରାମ, ନାଗାଲାଣ୍ଡ, ଏବଂ ଲାକ୍ଷାଦୀପରେ ବନ୍ଦ ବ୍ୟାନ କରାଯାଇଥିଲା। ଏହା ଦେଶର ମଦମୁକ୍ତ ରାଜ୍ୟ ପାଇଁ ପରିଚିତ। ଏଣିକି ଓଡ଼ିଶା ମଧ୍ୟ ଏହି ତାଲିକାରେ ସାମିଲ ହେବାକୁ ଯାଉଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!