ଏକ ପେଡ୍‌ ମାଆ କେ ନାମ’ କାର୍ଯ୍ୟକ୍ରମ ଆନୁକୁଲ୍ୟରେ ଡାବୁଗାଁ ପଞ୍ଚାୟତ ମିଶନଶକ୍ତି ଭବନ ପରିସରରେ ବୃକ୍ଷ ରୋପଣ

ନବରଙ୍ଗପୁର(ମିହିର ଶଙ୍କର ପାତ୍ର) ,୨୬ / ୦୬:ଆଜି ଦିନ 12 ଘଣ୍ଟା ସମୟରେ “ଏକ ପେଡ୍‌ ମାଆ କେ ନାମ” କାର୍ଯ୍ୟକ୍ରମ ଆନୁକୁଲ୍ୟରେ ଡାବୁଗାଁ ପଞ୍ଚାୟତ ମିଶନଶକ୍ତି ଭବନ ପରିସରରେ ଗଛ ଲଗାଇ ଲେ ଏମବିକେ ପ୍ରିୟଦର୍ଶିନୀ ପାତ୍ର ଏଵଂ ସମସ୍ତ ସିଆରପି ମାନେ। ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ।ଏହାର ମୂଳ ଲକ୍ଷ୍ୟ ହେଲା ସାରା ଓଡ଼ିଶାରେ ମିଶନଶକ୍ତି ଜରିଆରେ ୫କୋଟି ଗଛ ଲଗାଇବାକୁ ରଖାଯାଇଛି ଟାର୍ଗେଟ।ଏଭଳି ଡାବୁଗାଁ ସଦର ମହକୁମା ର ବିଭିନ୍ନ ସ୍ଥାନରେ ମାଁ ପଦ୍ମାଳୟା ଏସଏସଜି ଗ୍ରୁପର ମହିଳା ମାନେ ମଧ୍ୟ ବୃକ୍ଷ ରପଣ କରିଛନ୍ତି। ଏଭଳି ସମସ୍ତେ ସଚେତନ ହୋଇ ଗଛ ଲଗାଇବା ଆବଶ୍ୟକ ଅଛି। ଯାହାବି ହେଉ “ଏକ ପେଡ୍‌ ମାଆ କେ ନାମ” କାର୍ଯ୍ୟକ୍ରମ ମାଧ୍ୟମରେ ସରକାର ଏକ ସୁନ୍ଦର ପଦକ୍ଷେପ ନେଇଛନ୍ତି। ଗଛ ଲଗାଇବା କେବଳ ସରକାରଙ୍କ କାମ ନାହିଁ ଏହା ଆମର ମଧ୍ୟ କର୍ତ୍ତବ୍ୟ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!