ଜୁଲାଇ ୧ରୁ ଲାଗୁ ହେବ ୩ଟି ନୂଆ ଅପରାଧିକ ଆଇନ

ନୂଆଦିଲ୍ଲୀ,୨୬।୬: ତିନୋଟି ନୂଆ ଅପରାଧିକ ଆଇନ, ଭାରତୀୟ ନ୍ୟାୟ ସଂହିତା୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ ଆଇନ ୨୦୨୩ ଆସନ୍ତା ମାସ ପହିଲା (ଜୁଲାଇ ୧)ରୁ କାର୍ଯ୍ୟକାରୀ ହେବ। ଗତବର୍ଷ ଶୀତକାଳୀନ ଅଧିବେଶନରେ ସଂସଦରେ ଏହି ବିଲ୍ ଗୃହୀତ ହୋଇଥିଲା। ଭାରତୀୟ ନାଗରିକଙ୍କୁ ସଶକ୍ତ କରିବା ଦିଗରେ ନୂଆ ଅପରାଧିକ ଆଇନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ପ୍ରତ୍ୟେକ ନାଗରିକଙ୍କୁ ଅଧିକ ସୁଲଭ, ସହାୟକ ଏବଂ ଦକ୍ଷ ନ୍ୟାୟ ପ୍ରଦାନ ବ୍ୟବସ୍ଥା ସୃଷ୍ଟି କରିବା ଏହି ଆଇନଗୁଡ଼ିକର ଲକ୍ଷ୍ୟ।

ନୂଆ ଅପରାଧିକ ଆଇନର ମୁଖ୍ୟ ବ୍ୟବସ୍ଥା ମଧ୍ୟରେ ରହିଛି
– ଘଟଣାର ଅନଲାଇନ ରିପୋର୍ଟିଂ
– ଯେକୌଣସି ଥାନାରେ ଏଫଆଇଆର ରୁଜୁ କରିବା ଏବଂ
– ପୀଡ଼ିତାଙ୍କୁ ମାଗଣାରେ ଏତଲାର କପି ପ୍ରଦାନ କରିବା

ନୂଆ ଅପରାଧ ଆଇନ ଅନୁଯାୟୀ ଫରେନସିକ୍ ବିଶେଷଜ୍ଞମାନେ ଗୁରୁତର ଅପରାଧ ଏବଂ ପ୍ରମାଣ ସଂଗ୍ରହ ପାଇଁ ଅପରାଧ ସ୍ଥଳ ପରିଦର୍ଶନ କରିବା ବାଧ୍ୟତାମୂଳକ କରାଯାଇଛି। ଏଣିକି ଇଲେକ୍ଟ୍ରୋନିକ ମାଧ୍ୟମରେ ସମନ ଜାରି କରାଯିବ। ଏହା ଦ୍ୱାରା ଆଇନଗତ ପ୍ରକ୍ରିୟା ସହଜ ହେବ, କାଗଜପତ୍ର ହ୍ରାସ ପାଇବ ଏବଂ ମାମଲା ସହ ଜଡିତ ସମସ୍ତ ଲୋକଙ୍କ ମଧ୍ୟରେ ଦକ୍ଷ ଭାବ ବିନିମୟ ସହଜ ହେବ।ଜୁଲାଇ ପହିଲାରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ବୈଷୟିକ ଜ୍ଞାନକୌଶଳ, ଦକ୍ଷତା ବୃଦ୍ଧି ଏବଂ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ପାଇଁ ସଚେତନତା ସୃଷ୍ଟି ପାଇଁ ପ୍ରସ୍ତୁତ ଅଛନ୍ତି। ନୂଆ ଅପରାଧିକ ଆଇନରେ ତଦନ୍ତ, ଟ୍ରାଏଲ ଓ କୋର୍ଟ ପ୍ରକ୍ରିୟାରେ ଟେକ୍ନୋଲୋଜି ଉପରେ ଗୁରୁତ୍ୱ ଦିଆଯାଇଛି। ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ବର୍ତ୍ତମାନର କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଂ ନେଟୱାର୍କ ଆଣ୍ଡ ସିଷ୍ଟମ (ସିସିଟିଏନଏସ) ଆପ୍ଲିକେସନରେ ୨୩ଟି କାର୍ଯ୍ୟକାରୀ ସଂଶୋଧନ କରିଛି। ଏହି ନୂତନ ବ୍ୟବସ୍ଥା ଅବାଧ ପରିବର୍ତ୍ତନ ପାଇଁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ବୈଷୟିକ ସହାୟତା ମଧ୍ୟ ପ୍ରଦାନ କରୁଛି।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!