ଜାମିନ ପରେ ଜେଲରୁ ବାହାରିଲେ ହେମନ୍ତ ସୋରେନ୍‌

ରାଞ୍ଚି , ୨୮।୦୬: ଜେଲରୁ ବାହାରିଛନ୍ତି ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ଜମି ଦୁର୍ନୀତି ମାମଲାରେ ଗତ ଜାନୁଆରିରେ ଗିରଫ ହୋଇଥିବା ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ସୋରେନଙ୍କୁ ନିକଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ କରାଯାଇଥିଲା।ଆଜି ହାଇକୋର୍ଟ ତାଙ୍କୁ ଜମି ଦୁର୍ନୀତି ମାମଲାରେ ଜାମିନ ପ୍ରଦାନ କରିଥିଲେ। ଜାମିନ ମିଳିବା ପରେ ହେମନ୍ତ ସୋରେନ ବିର୍ସା ମୁଣ୍ଡା ଜେଲରୁ ବାହାରିଛନ୍ତି। ତାଙ୍କୁ ସ୍ୱାଗତ କରିବା ପାଇଁ ଜେଲ ପାଖରେ ପତ୍ନୀ କଳ୍ପନା ସୋରେନ ପହଞ୍ଚିଥିଲେ।ଏଥିସହ ଜେଏମଏମର ଅନେକ ନେତା ଓ କର୍ମୀ ମଧ୍ୟ ଜେଲ ବାହାରେ ଉପସ୍ଥିତ ରହି ଶ୍ରୀ ସୋରେନଙ୍କୁ ସ୍ୱାଗତ କରିଛନ୍ତି। ସୋରେନ ଜେଲରୁ ବାହାରିବା କ୍ଷଣି ସେମାନେ ନାରାବାଜୀ କରି ସ୍ୱାଗତ କରିଥିଲେ।ତାଙ୍କ ବିରୋଧ‌ରେ ଅଭିଯୋଗ ହୋଇଥିଲା ଯେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା କୋଟି କୋଟି ଟଙ୍କା ମୂଲ୍ୟର ଜମି ହଡ଼ପ କରିବା ପାଇଁ କାଳ୍ପନିକ କାରବାର ଏବଂ ଜାଲ୍ ଦଲିଲ ମାଧ୍ୟମରେ ରେକର୍ଡକୁ ନିୟନ୍ତ୍ରଣ କରୁଥିଲେ। ଜମି ଦଖଲ ପାଇଁ ସେ ଏକ ବଡ଼ ଯୋଜନା ଚଳାଇଥିଲେ।ତାଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ଇଡି ତଦନ୍ତ ଜୋର୍‌ ଧରିଥିଲା। ଇଡି ମାରାଥନ ପ୍ରଶ୍ନ ଅଧିବେଶନ ଆରମ୍ଭ କରିବାର କିଛି ଘଣ୍ଟା ପରେ ହେମନ୍ତ ସୋରେନ ଜାନୁଆରି ୩୧ ତାରିଖରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଇଡି ତାଙ୍କୁ ଗିରଫ କରିବ ବୋଲି କହିବା ପରେ ସେ ନିଜ ଆଡୁ ଇସ୍ତଫା ଦେଇ ଦେଇଥିଲେ। ମୁଖ୍ୟମନ୍ତ୍ରୀ ପଦରେ ଥିବା ବେଳେ ଗିରଫ ହେବାକୁ ଚାହୁଁନଥିବା ସୋରେନ ଇସ୍ତଫା ଦେବା ପରେ ଯାଇ ଇଡି ହାତରେ ଗିରଫ ହୋଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!