ନୂଆଦିଲ୍ଲୀ, ୨୬।୦୬: ବାର୍ବାଡୋସ୍ ସ୍ଥିତ କେନସିଂଟନ୍ ଓଭାଲ୍ ଷ୍ଟାଡିୟମରେ ଆସନ୍ତା ୨୯ରେ ଟି-୨୦ ବିଶ୍ୱକପ୍ ୨୦୨୪ର ଫାଇନାଲ ମ୍ୟାଚ୍ ଖେଳାଯିବ। ଶନିବାର ଟି-୨୦ ବିଶ଼୍ବକପ୍ର ଫାଇନାଲ୍ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୋରଦାର ଟକ୍କର ହେବାକୁ ଯାଉଛି । ତେଣୁ ଏହି ଫାଇନାଲ୍ ମ୍ୟାଚ୍ ରୋମାଞ୍ଚକର ହେବ ।୧୦ ବର୍ଷ ଅପେକ୍ଷାର ଘଟିଛି ଅନ୍ତ । ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡକୁ ୬୮ ରନରେ ହରାଇ ଟି-୨୦ ବିଶ୍ୱକପ୍ ରେ ତୃତୀୟ ଥର ଫାଇନାଲକୁ ପ୍ରବେଶ କରିଛି ଟିମ୍ ଇଣ୍ଡିଆ।୨୦୨୨ଟି-୨୦ ବିଶ୍ବକପ ସେମି ଫାଇନାଲ ପରାଜୟର ପ୍ରତିଶୋଧ ନେଇଛି ରୋହିତ ସେନା।କୁଳଦୀପ, ଅକ୍ଷର ୬ ୱିକେଟ୍ ବାଣ୍ଟିନେଇଥିବାବେଳେ ସ୍ପିନ୍ ଜାଲରେ ବ୍ରିଟିଶ ବାହିନୀ ଫସିଥିଲା,ଆଉ ତା ସାଙ୍ଗକୁ ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ୩୯ ବଲରୁ ୫୭ ରନର ଅର୍ଦ୍ଧଶତକୀୟ ପାରି,ସୂର୍ଯ୍ୟକୁମାରଙ୍କ ୪୭ ରନର ଜବରଦସ୍ତ ପାରି ହଜାଇଥିଲା ଇଂଲଣ୍ଡର ବୋଲରଙ୍କ ନିଦ। ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇ ଥିଲେ ଅକ୍ଷର ପଟେଲ । ବିଜୟ ଲାଗି ଭାରତର ୧୭୨ ରନକୁ ପିଛାକରି ୧୦୩ ରନରେ ଅଲଆଉଟ୍ ହୋଇଥିଲା ଇଂଲଣ୍ଡ। ଶନିବାର ବ୍ରିଜଟାଉନରେ ଦେଖିବାକୁ ମିଳିବ ଦକ୍ଷିଣ ଆଫ୍ରିକା-ଭାରତ ମଧ୍ୟରେ ହାଇଭୋଲଟେଜ ସୁପର ଫାଇନାଲ ମ୍ୟାଚ୍।ମ୍ୟାଚ୍ କେତେବେଳେ କେଉଁ ଖେଳାଳିଙ୍କ ସପୋର୍ଟରେ ଯିବ ତାହା କହିବା ଅସମ୍ଭବ । ବାମହାତୀ ଦ୍ରୁତ ବୋଲରମାନେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ଅସୁବିଧାରେ ପକାଉଛନ୍ତି। ଫର୍ମରେ ଥିବା ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ମାର୍କୋ ଜନସନ ଏହାର ଫାଇଦା ଉଠାଇ ପାରନ୍ତି। ତେବେ ମ୍ୟାଚ୍ ରୋହିତଙ୍କ ସପକ୍ଷରେ ରହୁଛି । କାରଣ ଟି-୨୦ ମ୍ୟାଚର ୯ ଇନିଂସରେ ଜନସନଙ୍କୁ ସାମ୍ନା କରିଛନ୍ତି ରୋହିତ । ଜନସନ୍ ତାଙ୍କୁ କେବଳ ଥରେ ଆଉଟ କରିବାକୁ ସକ୍ଷମ ହୋଇଛନ୍ତି।ଭାରତୀୟ ଦଳ ଟି-୨୦ ବିଶ୍ୱକପରେ ଏପର୍ଯ୍ୟନ୍ତ ଅପରାଜିତ ରହିଛି। କିନ୍ତୁ ବିରାଟ କୋହଲିଙ୍କ ଫର୍ମ ଏବେ ଚିନ୍ତାର କାରଣ ହୋଇଛି। କୋହଲି ୭ଟି ମ୍ୟାଚରେ ମାତ୍ର ୭୫ ରନ ସ୍କୋର କରିବାକୁ ସକ୍ଷମ ହୋଇଛନ୍ତି । ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରାବାଡା ୮ ଟି ମ୍ୟାଚରେ ୧୨ ଟି ୱିକେଟ ନେଇଛନ୍ତି ଏବଂ ତାଙ୍କର ଇକୋନୋମି ରେଟ୍ ୬ରୁ କମ ରହିଛି। କୋହଲିଙ୍କୁ ରାବାଡାଙ୍କ ବଲକୁ ସାମ୍ନା କରିବାବେଳେ ସତର୍କ ରହିବାକୁ ପଡିବ। ରାବାଡା କୋହଲିଙ୍କୁ ୧୨ ଇନିଂସରେ ୪ ଥର ଆଉଟ୍ କରି ପାଭିଲିୟନ୍ ଫେରାଇଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |