ଭୁବନେଶ୍ୱର,୨୯।୬: କ୍ଷ୍ମୀ ବସ୍ ନାଁକୁ ନେଇ ବଡ଼ ଅପ୍ଡେଟ ସାମ୍ନାକୁ ଆସିଛି। ଲକ୍ଷ୍ମୀ ବସ୍ ନାଁ ବଦଳିବ ବୋଲି ପରିବହନ ମନ୍ତ୍ରୀ ବିଭୁତି ଜେନା ସୂଚନା ଦେଇଛନ୍ତି। ନୂଆ ବସ ନାଁ ରହିବ ମୁଖ୍ୟମନ୍ତ୍ରୀ ବସ୍ ସେବା। ଏହା କହିଛନ୍ତି ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୂଷଣ ଜେନା। ସେହିପରି ରଥଯାତ୍ରା ଅବସରରେ ସବୁ ବ୍ଲକରୁ ବସ୍ ଗଡିବ ବୋଲି ସେ ସୂଚନା ଦେଇଛନ୍ତି। ଗୋପାଳପୁର ବନ୍ଦରର ଉନ୍ନତିକରଣ କରାଯିବ ଏହାର ଘରୋଇକରଣ ପରିଚାଳନାରେ ପୂର୍ଣ୍ଣଛେଦ ପଡିବ ବୋଲି ମନ୍ତ୍ରୀ କହିଛନ୍ତି। ଖଣିଜ ସମ୍ପତ୍ତିରୁ ଉତ୍ପାଦ ସମସ୍ତ ଓଡିଶାବାସୀଙ୍କ ଉନ୍ନତିରେ ଲାଗିବ ବୋଲି ସେ କହିଲ ସେ କହିଛନ୍ତି । ଏହା ଅତିଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।ରାଜ୍ୟର ପ୍ରତି କୋଣ ଅନୁକୋଣରେ ଗଡ଼ୁଛି ଲକ୍ଷ୍ମୀ ବସ୍ । ପୂର୍ବରୁ ଥିବା ବିଜେଡି ସରକାର ଏହି ଯୋଜନା ଆରମ୍ଭ କରିଥିଲେ । ତେବେ ଓଡ଼ିଶାରେ ସରକାର ବଦଳିଛି । ତେଣୁ ଯୋଜନା ବି ବଦଳାଯିବାକୁ ଯୋଜନା କରାଯାଇଛି। ଏହାରି ଭିତରେ ଭାଜପା ସରକାର ଲକ୍ଷ୍ମୀ ବସ ନାଁ ପରିବର୍ତ୍ତନ କରିବେ ନାଁ ସେହି ନାଁ ରହିବ ତାହାକୁ ନେଇ ଚର୍ଚ୍ଚା ଚାଲଥିବା ବେଳେ ଆଜି ଏହାକୁ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |