ନୂଆଦିଲ୍ଲୀ,୩୦ା୬: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର ଓଡ଼ିଶା ପାଇଁ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଓଡିଶାରେ ୧ ଲକ୍ଷ କୋଟି ଟଙ୍କାର ନୂତନ ରେଳ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ନିକଟରେ ରାଜ୍ୟରେ ଲୋକ ସଭା ଓ ବିଧାନସଭା ନିର୍ବାଚନରେ ନିର୍ବାଚିତ ହୋଇଥିବା ଦଳର ୨୦ ଜଣ ସାଂସଦ ଏବଂ ୭୮ ଜଣ ବିଧାୟକଙ୍କୁ ସମ୍ମାନ ଜଣାଇବା ପାଇଁ ଭାଜପା ଦ୍ୱାରା ଆୟୋଜିତ ଏକ ସମାରୋହ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ବୈଷ୍ଣବ ଏହା କହିଛନ୍ତି।ସେ କହିଛନ୍ତି, ୨୦୨୪-୨୫ ଆର୍ଥିକ ବର୍ଷରେ ଓଡ଼ିଶାକୁ ୧୦ ହଜାର ୫୩୬ କୋଟି ଟଙ୍କା ଓଡ଼ିଶାକୁ ମିଳିଛି। ଓଡ଼ିଶାରେ ରେକର୍ଡ ୧ ହଜାର ୮୪୬ କିଲୋମିଟର ନୂଆ ରେଳ ଲାଇନ୍ ତିଆରି ହୋଇଛି। ସଂପୂର୍ଣ୍ଣ ଶ୍ରୀଲଙ୍କାର ରେଳ ନେଟୱର୍କ ହେଉଛି ୧୭ ଶହ କିଲୋମିଟର। ତା’ଠାରୁ ଅଧିକ କିଲୋମିଟରର ରେଳ ଲାଇନ ଓଡ଼ିଶାରେ ଗତ ୧୦ ବର୍ଷ ଭିତରେ ହୋଇଛି । ପୂର୍ବ ସରକାର ସମୟରେ କାମ ଆଗେଇ ପାରୁନଥିଲା। ବିଜେପି ସରକାର ଓଡ଼ିଶାରେ ଆସିଲା। ଓଡ଼ିଶାରେ ଏବେ ନୂଆ ରେକର୍ଡ ହେବ। ଆଗାମୀ ୫ ବର୍ଷ ଭିତରେ ଓଡ଼ିଶାକୁ ୧ ଲକ୍ଷ କୋଟି ଟଙ୍କାର ନୂଆ ପ୍ରକଳ୍ପ ଆସିବ।ଏଥର ରଥଯାତ୍ରା ସମୟରେ ଓଡ଼ିଶାରେ ୩୧୫ଟି ସ୍ୱତନ୍ତ୍ର ଟ୍ରେନ ଚାଲିବ। ୨୫ ଜିଲ୍ଲାକୁ ସ୍ୱତନ୍ତ୍ର ଟ୍ରେନ ଆସିବ। ଇଲେକ୍ଟ୍ରୋନିକ୍ସ ମାନୁଫାକଚରିଂ କ୍ଲଷ୍ଟର ଓଡ଼ିଶାରେ ହେବ । ସେମି କଣ୍ଡକ୍ଟର ଶିଳ୍ପ ପାଇଁ ମଧ୍ୟ ଟ୍ରେନିଂ ବ୍ୟବସ୍ଥା କରାଯିବ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି ବୋଲି କହିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।ସେ ଏହା ମଧ୍ୟ କହିଛନ୍ତି ଯେ ତୀର୍ଥଯାତ୍ରୀମାନଙ୍କ ସୁବିଧାଜନକ ଯାତ୍ରା ତଥା ସୁବିଧା ପାଇଁ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ସମୟରେ ପୁରୀରୁ ୩୧୫ ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଗତ ବର୍ଷ ରଥଯାତ୍ରା ସମୟରେ ୨୨୨ ଟ୍ରେନ୍ ଚଳାଚଳ କରିଥିଲା। ସେ କହିଛନ୍ତି, ଓଡ଼ିଶାର ୨୫ ଟି ଜିଲାରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଜନା କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |