ନବରଙ୍ଗପୁର(ମିହିର ଶଙ୍କର ପାତ୍ର,), ୩୦।୬: -ଉମରକୋଟ ଗୁରୁଛାତ୍ରଛାତ୍ରୀମାନେ ଅନୁଷ୍ଠାନର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଙ୍କ ନିକଟରେ ଭେଟି ଏକ ଆବେଦନ ପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଦାବି ରେ ଅନୁଷ୍ଠାନର ପ୍ରଶାସନିକ ଏବଂ ଭିତ୍ତିଭୂମି ସୁବିଧା ସହ ଜଡ଼ିତ ଅନେକ ପ୍ରସଙ୍ଗ ଉଠାଇଛନ୍ତି । ଯେମିତିକି କି, ମୁଖ୍ୟ ସମସ୍ୟା ମଧ୍ୟରେ ପ୍ରଥମଟି ହେଲା ୧୦୦ ଗୁରୁଛାତ୍ରଛାତ୍ରୀଙ୍କ ପାଇଁ କେବଳ ୨ଜଣ ପ୍ରଶିକ୍ଷକ ଅଛନ୍ତି । ଯେଉଁ କାରଣରୁ ଗୁଣାତ୍ମକ ଶିକ୍ଷା ପ୍ରଭାବିତ ହେଉଛି ।ଛାତ୍ରଛାତ୍ରୀମାନେ କହିଛନ୍ତି ଯେ, ଏହି ସବୁ ସମସ୍ୟାର ସମାଧାନ ପାଇଁ ସେମାନେ ଶିକ୍ଷାମନ୍ତ୍ରୀଙ୍କ ନିକଟରେ ଏକ ଲିଖିତ ଆବେଦନ ପତ୍ର ପ୍ରଦାନ କରିଛନ୍ତି। ସେମାନେ ବିଶ୍ୱାସ କରନ୍ତି ଯେ, ଯଦି ଏ ସମସ୍ୟାର ସମାଧାନ ନହୁଏ, ତେବେ ସେମାନଙ୍କର ଶିକ୍ଷା ଏବଂ ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡିପାରେ । ଆହୁରି ମଧ୍ୟ ଆଶା କରୁଛନ୍ତି ଯେ, ମନ୍ତ୍ରୀ ସେମାନଙ୍କ ସମସ୍ୟାକୁ ଗମ୍ଭୀରତାର ସହ ଗ୍ରହଣ କରିବେ ଏବଂ ଶୀଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ । ଯେତେବେଳେ ସମସ୍ୟାର ସମାଧାନ ହେବ ସେତେବେଳେ ଅନୁଷ୍ଠାନର ଶିକ୍ଷାଗତ ତଥା ସାମାଜିକ ପରିବେଶରେ ଉନ୍ନତି ଆସିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |