ଢେଙ୍କାନାଳ,୧ା୭ : ଢେଙ୍କାନାଳର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଜଙ୍ଗଲ ସପ୍ତଶଯ୍ୟା ବୁଲିବାକୁ ଆସିଥିବାବେଳେ ୫ଜଣ ଛାତ୍ର ରବିବାର ନିଖୋଜ ହୋଇଯାଇଛନ୍ତି।ସପ୍ତଶର୍ଯ୍ୟା ପାହାଡକୁ ବୁଲିବାକୁ ଯାଇ ଗତକାଲି ନିଖୋଜ ୫ ଯୁବକଙ୍କୁ ଉଦ୍ଧାର କଲେ ପୁଲିସ ଓ ବନ ବିଭାଗ କର୍ମଚାରୀ। ବିଳମ୍ବିତ ରାତିରେ ସେମାନଙ୍କୁ ଉଦ୍ଧାର କରାଯାଇଛି। ସପ୍ତଶର୍ଯ୍ୟା ବୁଲିବାକୁ ଯାଇ ୫ ଛାତ୍ର ଅନ୍ଧାରରେ ଫସି ଯାଇଥିଲେ। କଟକ ଲିଙ୍କ ରୋଡ୍ ଅଞ୍ଚଳର ଅରକ୍ଷିତ ମହାପାତ୍ର, ଶୁଭମ୍ ମହାପାତ୍ର, ହିମାଂଶୁ ଦାଶ, ସୁଜିତ ସାହୁ ଓ ଲକି ଦାଶ ଗତକାଲି ସକାଳେ ଢେଙ୍କାନାଳ ଜିଲ୍ଲାର ସପ୍ତଶଯ୍ୟା ପାହାଡ଼ ବୁଲିବା ପାଇଁ ଯାଇଥିଲେ। ବୁଲାବୁଲି ଭିତରେ ସେମାନେ ଘଞ୍ଚ ଜଙ୍ଗଲ ଭିତରକୁ ପଳାଇ ଯାଇଥିବା ବେଳେ ଫେରିବା ବାଟ ପାଇ ପାରି ନ ଥିଲେ। ଦିନ ସାରା ବର୍ଷା ଲାଗି ରହି ଥିବାରୁ ରାତି ହେବାରୁ ସ୍ଥିତି ଅସମ୍ଭାଳ ହେବାକୁ ଲାଗିଲା। ବର୍ଷା ହେବାରୁ ରାସ୍ତା ଭୁଲି ପାହାଡ ଉପରୁ ଫେରିପାରିନଥିଲେ। ତେବେ ନିଖୋଜ ଛାତ୍ର ମାନଙ୍କୁ ଉଦ୍ଧାର କରାଯିବା ପରେ ସମସ୍ତଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସମସ୍ତ ନିଖୋଜ ଛାତ୍ର କଟକର ହୋଇଥିବା ସୂଚନା ମିଳିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |